ଓଡିଶା ଅଲମ୍ପିକ୍ ଆସୋସିଏସନ୍ ଜମି ଦବରଦଖଲ ମାମଲା:ଆଜି ପୁଣି ଜିଲ୍ଲା ଜଜ୍ କମିଟିଙ୍କ ଉପସ୍ଥିତିରେ ଚାଲିଛି ମାପଚୁପ

କଟକ: ଓଡିଶା ଅଲମ୍ପିକ ଆସୋସିଏସନ ଜମି ଜବରଦଖଲ ମାମଲାରେ ଜିଲ୍ଲା ଜଜ୍ କମିଟି ପକ୍ଷରୁ ମଙ୍ଗଳବାର ପୁଣି ମାପଚୁପ କରାଯାଇଛି। ବାରବାଟୀ ଷ୍ଟାଡିୟମ ସଂଲଗ୍ନ ଜମି ସହ ବାରବାଟୀ ପ୍ୟାଲେସ ପରିସରରେ ଏହି ମାପଚୁପ କରାଯାଉଛି। କଟକ ଜିଲ୍ଲା ଜଜଙ୍କ ଉପସ୍ଥିତିରେ ଏହି ମାପଚୁପ କରାଯାଉଛି। ରାଜସ୍ୱ ବିଭାଗ ପକ୍ଷରୁ ସରକାରୀ ଅମିନ ଓ ତହସିଲଦାର ମାପଚୁପ କରୁଛନ୍ତି। ପୂର୍ବରୁ ଚଳିତ ମାସ ୨ ତାରିଖରେ ଜବରଦଖଲ ଜମିର ମାପଚୁପ କରାଯାଇଥିବା ବେଳେ ଆଉ କିଛି ଜମିର ମଧ୍ୟ ମାପଚୁପ କରାଯିବ ବୋଲି ସୂଚନା ମିଳିଛି।