୨୧ରୁ ରଥ ନିର୍ମାଣ କାର୍ଯ୍ୟ

ପୁରୀ: ଆସନ୍ତା ୨୧ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।  ଏହା ସହ ନୂତନ ପାଶ୍ୱ ଦେବଦେବୀ, ଓଲଟ ଶୁଆ,ଅଶ୍ୱ ଆଦି ରଥ କାର୍ଯ୍ୟ ମଧ୍ୟ ଶୁଭାରମ୍ଭ ହେବ।

ଏଥିଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ମହଜୁଦ ରହିଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଏଥିସହ ୨୧ ଦିନ ଧରି ଚନ୍ଦନଯାତ୍ରା, ନୃସିଂହ ଚତୁର୍ଦ୍ଧଶୀ, ନୀଳାଦ୍ରୀ ମହୋଦୟ ଓ ଭଉଁରୀର ନୀତି ସମ୍ପର୍କରେ ଆଲୋଚନା କରଯାଇ ଚୂଡାନ୍ତ କରାଯାଇଥିବା ନିଯୋଗ ନାୟକ କହିଛନ୍ତି।