ଡାକ୍ତରଖାନାରେ ମହିଳାଙ୍କ ମୁଣ୍ଡରେ ଖସିଲା ସିମେଣ୍ଟ ଖଣ୍ଡ

ଭବାନୀପାଟଣା( ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳାଙ୍କ ମୁଣ୍ଡରେ ସିମେଣ୍ଟ ଖଣ୍ଡ ଖସି ପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ନିଳାଦ୍ରୀ ସୁନା। ତାଙ୍କ ଘର ଆମ୍ବ ଗାଁରେ । ମିଳିଥିବା ସୂଚନା ଅନୁଯାୟୀ, ନିଳାଦ୍ରୀଙ୍କ ପୁଅ ଦେହ ଅସୁସ୍ଥ ଥିଲା। ସେଥିପାଇଁ ସେ ଆଜି ଡାକ୍ତର ଦେଖାଇବା ପାଇଁ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥଲେ। ଡାକ୍ତରଖାନା ଭିତରେ ଡାକ୍ତରଙ୍କୁ […]

kalahandi....

kalahandi....

Tapaswini Nayak
  • Published: Thursday, 19 September 2019
  • Updated: 19 September 2019, 04:39 PM IST

Sports

Latest News

ଭବାନୀପାଟଣା( ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳାଙ୍କ ମୁଣ୍ଡରେ ସିମେଣ୍ଟ ଖଣ୍ଡ ଖସି ପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ନିଳାଦ୍ରୀ ସୁନା। ତାଙ୍କ ଘର ଆମ୍ବ ଗାଁରେ ।

ମିଳିଥିବା ସୂଚନା ଅନୁଯାୟୀ, ନିଳାଦ୍ରୀଙ୍କ ପୁଅ ଦେହ ଅସୁସ୍ଥ ଥିଲା। ସେଥିପାଇଁ ସେ ଆଜି ଡାକ୍ତର ଦେଖାଇବା ପାଇଁ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥଲେ। ଡାକ୍ତରଖାନା ଭିତରେ ଡାକ୍ତରଙ୍କୁ ଅପେକ୍ଷା କରିଥିବା ବେଳେ ତାଙ୍କ ମୁଣ୍ଡରେ ସିମେଣ୍ଟ ଖଣ୍ଡ ଖସି ପଡ଼ିଥିଲା।  ପ୍ରବଳ ରକ୍ତସ୍ରାବ ହୋଇଥିଲା। ଡାକ୍ତରମାନେ ତୁରନ୍ତ ତାଙ୍କର ଚିକିତ୍ସା କରିଥିଲେ। ନିଳାଦ୍ରୀଙ୍କ  ମୁଣ୍ଡରେ ତିନୋଟି ଷ୍ଟିଚ୍‌ ପଡ଼ିଥିଲା।

ଡାକ୍ତରଖାନାରେ ଏପରି ଅଘଟଣ ଘଟିବା ପାଇଁ ଲୋକମାନେ ପ୍ରଶାସନକୁ ଦାୟୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos