ପୂର୍ବ ଶତ୍ରୁତାକୁ ନେଇ ଗାଁରେ ଫୁଟିଲା ବୋମା

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ଅଧୀନ ଦଳେଇପୁଟ ଗାଁର ଜଣଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨ ପରିବାର ମଧ୍ୟରେ ଥିବା ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଛରାର ଇଚ୍ଛାପୁର ଗାଁରେ ବୋମାମାଡ଼ ହୋଇଥିଲା। ଏଥିରେ […]

jhhhhhhh

jhhhhhhh

Tapaswini Nayak
  • Published: Wednesday, 12 August 2020
  • Updated: 12 August 2020, 08:55 AM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ଅଧୀନ ଦଳେଇପୁଟ ଗାଁର ଜଣଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨ ପରିବାର ମଧ୍ୟରେ ଥିବା ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଛରାର ଇଚ୍ଛାପୁର ଗାଁରେ ବୋମାମାଡ଼ ହୋଇଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ଆହତଦ୍ୱୟଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ ଜଣେ ପୁରଷ ଥିଲେ।  ସେମାନଙ୍କୁ ଜଟଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗାଁ ମଧ୍ୟ ଦେଇ ମାଙ୍କଡ଼ା ପଥର ଟ୍ରକ୍‌ ଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଗାଁରେ ବୋମାମାଡ଼ ହୋଇଥିଲା।

ଖୋର୍ଦ୍ଧା ସଦର ଥାନା ଅଧୀନରେ ଅଧିକାଂଶ ସମୟରେ ବୋମା ମାଡ଼ ଯୋଗୁ ଲୋକେ ଆତଙ୍କିତ ରହୁଥିବା ବେଳେ ପୁଲିସ୍‌ ଅଭିଯୁକ୍ତଙ୍କ ଟେର ପାଇପାରୁନି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos