ଛାତିରେ ପଶିଲା ଛନକା, ଆକ୍ଟିଭାକୁ ଲକ୍ଷେ ଟଙ୍କା ଫାଇନ୍‌

କଟକ(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ୍‌ ନିୟମରେ ପୁଣି ଆସିଲା ବଡ଼ ଫାଇନ୍‌ର ଖବର। ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ । ବାରଙ୍ଗ ନିକଟରେ ଚେକିଂ ବେଳେ କଟକ ଆର୍‌ଟିଓ ପକ୍ଷରୁ ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ କରାଯାଇଛି। ବିନା ନମ୍ବର ପ୍ଲେଟରେ ଗାଡ଼ି ଚଳାଉଥିବାରୁ ଏହି ଫାଇନ କରିଛନ୍ତି କଟକ ଆଞ୍ଚଳିକ ପରିବହନ ଅଧିକାରୀ। ଗତ ୨୮ ତାରିଖରେ ଭୁବନେଶ୍ୱରରୁ ଏହି ଆକ୍ଟିଭା କିଣିଥିଲେ କବିତା ପଣ୍ଡା। ତେବେ ବିନା ରେଜିଷ୍ଟ୍ରେସନରେ ସଂପୃକ୍ତ ସୋରୁମ ଗାଡ଼ି […]

aaaaaaa

aaaaaaa

Tapas Behera
  • Published: Monday, 16 September 2019
  • Updated: 16 September 2019, 11:19 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ୍‌ ନିୟମରେ ପୁଣି ଆସିଲା ବଡ଼ ଫାଇନ୍‌ର ଖବର। ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ । ବାରଙ୍ଗ ନିକଟରେ ଚେକିଂ ବେଳେ କଟକ ଆର୍‌ଟିଓ ପକ୍ଷରୁ ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ କରାଯାଇଛି। ବିନା ନମ୍ବର ପ୍ଲେଟରେ ଗାଡ଼ି ଚଳାଉଥିବାରୁ ଏହି ଫାଇନ କରିଛନ୍ତି କଟକ ଆଞ୍ଚଳିକ ପରିବହନ ଅଧିକାରୀ।

ଗତ ୨୮ ତାରିଖରେ ଭୁବନେଶ୍ୱରରୁ ଏହି ଆକ୍ଟିଭା କିଣିଥିଲେ କବିତା ପଣ୍ଡା। ତେବେ ବିନା ରେଜିଷ୍ଟ୍ରେସନରେ ସଂପୃକ୍ତ ସୋରୁମ ଗାଡ଼ି ବିକିଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ଆରଟିଓ ପକ୍ଷରୁ ସଂପୃକ୍ତ ସୋ’ ରୁମକୁ ମଧ୍ୟ ନୋଟିସ କରାଯାଇଛି। ତେବେ ସୋ ରୁମ୍‌ ପକ୍ଷରୁ କୌଣସି ଉତ୍ତର ଦିଆଯାଉନଥିବାରୁ ଗାଡ଼ି ସିଜ ହୋଇ ରହିଛି।

ଫଳରେ ସଂପୃକ୍ତ ଗାଡ଼ି ମାଲିକ ଏନେଇ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos