ପୋଖରୀରେ ବୁଡ଼ିଗଲେ ଆକାଶ

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡଖମାର ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକଙ୍କ ହେଲେ ୨୬ ବର୍ଷୀୟ ଆକାଶ କୁମାର ଦାଶ। ତାଙ୍କ ଘର ଶଙ୍କରା ଗାଁରେ । ମିଳିଥିବା ସୂଚନା ଅନୁସାରେ, ଆକାଶ ଚାରିଦିନ ତଳେ ବଡଖମାର ଗାଁର ବରାହପଦର ମଠକୁ ଯାଇଥିଲେ। ତେବେ ଗତକାଲି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ମଠକୁ ଫେରିନଥିଲେ। ପରେ ସମସ୍ତେ ତାଙ୍କୁ ଖୋଜିଖୋଜି କରିଥିଲେ। ହେଲେ […]

deadbody000

deadbody000

Tapaswini Nayak
  • Published: Thursday, 09 July 2020
  • Updated: 09 July 2020, 11:15 AM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡଖମାର ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକଙ୍କ ହେଲେ ୨୬ ବର୍ଷୀୟ ଆକାଶ କୁମାର ଦାଶ। ତାଙ୍କ ଘର ଶଙ୍କରା ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ଆକାଶ ଚାରିଦିନ ତଳେ ବଡଖମାର ଗାଁର ବରାହପଦର ମଠକୁ ଯାଇଥିଲେ। ତେବେ ଗତକାଲି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ମଠକୁ ଫେରିନଥିଲେ। ପରେ ସମସ୍ତେ ତାଙ୍କୁ ଖୋଜିଖୋଜି କରିଥିଲେ। ହେଲେ ପାଇ ନଥିଲେ। ଆଜି  ସକାଳେ ଆକାଶଙ୍କ ମୃତଦେହ ମଠ ନିକଟ ପୋଖରୀରୁ ମିଳିଥିଲା। ସୁବଳୟା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଆକାଶଙ୍କ ମୃତ୍ୟୁ ପୋଖରୀରେ ବୁଡ଼ି ହୋଇଛି ନା, ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ୍ ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos