କଟକ: ୧୦ଟି ବେଆଇନ୍‌ କଲ୍ୟାଣମଣ୍ଡପ, ୩ଟି ନର୍ସିଂହୋମ ସିଲ୍‌

କଟକ: କଟକ ମହାନଗର ନିଗମ ଏବଂ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ମଙ୍ଗଳବାର କଟକ ସହରରେ ବେଆଇନ୍‌ ଭାବେ ଗଢି ଉଠିଥିବା ବିଭିନ୍ନ କଲ୍ୟାଣ ମଣ୍ଡପ ଉପରେ ଚଢାଉ କରାଯାଇଛି।  ବିଡାନାସୀରେ ଗୋଟିଏ ଏବଂ ଲାଲ୍‌ବାଗ ଥାନା ଅଞ୍ଚଳରେ ଥିବା ୯ଟି କଲ୍ୟାଣମଣ୍ଡପକୁ ଆଜି ସିଲ୍‌ କରାଯାଇଛି। ସିଲ୍‌ କରାଯାଇଥିବା ମଣ୍ଡପ ଗୁଡିକ ହେଲା ଗଙ୍ଗାମନ୍ଦିର ଅଞ୍ଚଳର ଅମଲା ପ୍ୟାଲେସ୍‌, ଅଞ୍ଜୁମାନ୍‌ ଇସ୍‌ଲାମିଆ, କଟକ ଚଣ୍ଡି କଲ୍ୟାଣ ମଣ୍ଡପ, ଦୁର୍ଗା ମଣ୍ଡପ, ଜେଠୀ ଭବନ, ନ୍ୟୁ କଲ୍ୟାଣ […]

sealed

sealed

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 03:26 PM IST

Sports

Latest News

seealedକଟକ: କଟକ ମହାନଗର ନିଗମ ଏବଂ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ମଙ୍ଗଳବାର କଟକ ସହରରେ ବେଆଇନ୍‌ ଭାବେ ଗଢି ଉଠିଥିବା ବିଭିନ୍ନ କଲ୍ୟାଣ ମଣ୍ଡପ ଉପରେ ଚଢାଉ କରାଯାଇଛି।  ବିଡାନାସୀରେ ଗୋଟିଏ ଏବଂ ଲାଲ୍‌ବାଗ ଥାନା ଅଞ୍ଚଳରେ ଥିବା ୯ଟି କଲ୍ୟାଣମଣ୍ଡପକୁ ଆଜି ସିଲ୍‌ କରାଯାଇଛି। ସିଲ୍‌ କରାଯାଇଥିବା ମଣ୍ଡପ ଗୁଡିକ ହେଲା ଗଙ୍ଗାମନ୍ଦିର ଅଞ୍ଚଳର ଅମଲା ପ୍ୟାଲେସ୍‌, ଅଞ୍ଜୁମାନ୍‌ ଇସ୍‌ଲାମିଆ, କଟକ ଚଣ୍ଡି କଲ୍ୟାଣ ମଣ୍ଡପ, ଦୁର୍ଗା ମଣ୍ଡପ, ଜେଠୀ ଭବନ, ନ୍ୟୁ କଲ୍ୟାଣ ମଣ୍ଡପ, ମୋଦି ଗେଷ୍ଟ ହାଉସ୍‌, ସୂତାହାଟ ୟୁଥ୍‌ କ୍ରିଷ୍ଟିଆନ୍‌ କମ୍ୟୁନିଟି ସେଣ୍ଟର, ବିଡାନାସୀ ଥାନା ଅଞ୍ଚଳରେ ଥିବା ସ୍ୱାଗତ ମଣ୍ଡପ ଏବଂ ତୁଳସୀପୁର ଅଞ୍ଚଳର ରୟାଲ ପ୍ୟାଲେସ୍‌।

ପାର୍କିଂ ସ୍ଥାନ ନ ଥିବା ଏବଂ ଲାଇସେନ୍ସ ନବୀକରଣ କରି ନ ଥିବା ପ୍ରାୟ ୧୦୪ଟି ମଣ୍ଡପକୁ ସିଲ୍ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଏହି ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୧୯ ତାରିଖ ସୁଦ୍ଧା ୯୪ଟି ମଣ୍ଡପକୁ ସିଲ୍ କରାଯିବାକୁ ଯୋଜନା ରହିଥିବା ସିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଆଜି କଟକରେ ବେଆଇନ୍‌ ଭାବେ ଚାଲିଥିବା ନର୍ସିଂହୋମ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବିଭାଗ ପକ୍ଷରୁ ଆଜି ବଜ୍ରକବାଟି ରୋଡ, ମଙ୍ଗଳାବାଗ୍‌ ଓ କ୍ୟାଣ୍ଟନ୍‌ମେଣ୍ଟ ରୋଡ ଅଞ୍ଚଳରେ ହୋଇଥିବା ଏହି ଚଢାଉ ବେଳେ ସାଇକ୍ରିଷ୍ଣା ନର୍ସିଂହୋମ ଏବଂ ଦୁର୍ଗା ନର୍ସିଂହୋମକୁ ସିଲ୍‌ କରାଯାଇଛି। ଚଢାଉବେଳେ ଉଭୟ ନର୍ସିଂହୋମରେ ଫାୟାର କ୍ଲିୟରାନ୍ସ ନ ଥିଲା। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ନର୍ସିଂହୋମ ମାଲିକଙ୍କୁ ନୋଟିସ୍‌ ଜାରି କରଯାଇଥିଲା। ଏହାସହ ବଜ୍ରକବାଟି ରୋଡର ଏକ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ମଧ୍ୟ ସିଲ୍‌ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos