ହୀରାକୁଦ ଜଳ ଭଣ୍ଡାରରେ ୧୦ କୁଇଣ୍ଟାଲ ମାଛ!

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା  ହୀରାକୁଦ ଜଳ ଭଣ୍ଡାରରେ ଦେଖିବାକୁ ମିଳିଛି ଏକ ବିରାଟକାୟ ମାଛ। ମାଛଟି ଜଳ ଭଣ୍ଡାର ଭିତରେ ଥିବା ବେଳେ ଏହାକୁ ମତ୍ସଜୀବୀମାନେ ଦେଖିଥିଲେ। ମାଛର ଓଜନ ପ୍ରାୟ ୧୦ କୁଇଣ୍ଟାଲ୍ ହେବ ବୋଲି ଅନୁମାନ କରାଯାଉଛି।

ସ୍ଥାନୀୟଲୋକଙ୍କ କହିବା ଅନୁସାରେ ଜଳଭଣ୍ଡାରରେ ଏତେ ବଡ଼ ମାଛ ପୂର୍ବରୁ କେବେ କେହି ଦେଖିନଥିଲେ। ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳିପାରିନି।