ସ୍କୁଲରେ ବଜ୍ରପାତ, ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର

ଦେବଗଡ଼(ଓଡ଼ିଶା ରିପୋର୍ଟର): ସ୍କୁଲରେ ପାଠ ପଢ଼ା ଚାଲିଥିବା ବେଳେ ମାରିଲା ବିଜୁଳି। ଏଥିରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲରେ। ଛାତ୍ରଛାତ୍ରୀମାନଙ୍କୁ  ପ୍ରଥମେ ଡାକ୍ତରଖାନାକୁ ନିଆଯାଇ ନଥିଲା। ସ୍କୁଲରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରଯାଇଥିଲା। ୩ଜଣ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାପରେ ସୁସ୍ଥ ହୋଇଥିବା ବେଳେ ୭ଜଣ ଅବସ୍ଥା ଗୁରୁତର ଥିଲା। ସେମାନଙ୍କୁ  ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  […]

lightning

lightning

Tapaswini Nayak
  • Published: Friday, 19 August 2022
  • Updated: 19 August 2022, 02:34 PM IST

Sports

Latest News

ଦେବଗଡ଼(ଓଡ଼ିଶା ରିପୋର୍ଟର): ସ୍କୁଲରେ ପାଠ ପଢ଼ା ଚାଲିଥିବା ବେଳେ ମାରିଲା ବିଜୁଳି। ଏଥିରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲରେ।

ଛାତ୍ରଛାତ୍ରୀମାନଙ୍କୁ  ପ୍ରଥମେ ଡାକ୍ତରଖାନାକୁ ନିଆଯାଇ ନଥିଲା। ସ୍କୁଲରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରଯାଇଥିଲା। ୩ଜଣ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାପରେ ସୁସ୍ଥ ହୋଇଥିବା ବେଳେ ୭ଜଣ ଅବସ୍ଥା ଗୁରୁତର ଥିଲା। ସେମାନଙ୍କୁ  ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ନିଆଯାଇଛି। କେତେକ ଛାତ୍ରଛାତ୍ରୀଙ୍କ ହାତ ଓ ଗୋଡ଼ ଠିକ୍‌ରେ କାମ କରୁନଥିବା ଜଣାପଡ଼ିଛି।

ଆଜି ସ୍କୁଲରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ। ହଠାତ୍ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ବଜ୍ରପାତରେ ଶ୍ରେଣୀ ଗୃହର ଲାଇଟ୍‌ ଓ ଫ୍ୟାନ ମଧ୍ୟ ପୋଡ଼ିଯାଇଥିଲା। ଏହାସହ ସ୍କୁଲ ଘର ଛାତ କଣା ହୋଇଯାଇଥିଲା। ୧୫ରୁ ଅଧିକ ଜଣ ଛାତ୍ରଛାତ୍ରୀ  ସେହି ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ।

ସୂଚନାଯୋଗ୍ୟ, ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି  ଆଜି ଗଭୀର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବର  ରାଜ୍ୟରେ ବର୍ଷା ଜାରି ରହିଛି।  ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos