କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ୧୦୦% ବୋନସ

ଭୁବନେଶ୍ୱର: ଆଜି ସଚିବାଳୟରେ କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କେନ୍ଦୁପତ୍ର ତୋଳାଳିଙ୍କୁ ୧୦୦ ପ୍ରତିଶତ ବୋନସ ମିଳିବ। ଏଥିରେ ୮ ଲକ୍ଷ ୩୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ମୋଟ ୧୩୦ କୋଟି ଟଙ୍କା ଅନ୍‌ଲାଇନ୍‌ରେ କେନ୍ଦୁପତ୍ର ତୋଳାଳିଙ୍କ ଆକାଉଣ୍ଟକୁ ପଠାଯିବ।