ପଟ୍ଟାମୁଣ୍ଡାଇ କେନାଲରେ ୧୦୦ଫୁଟ୍‌ର ଘାଇ, ଭାସିଗଲା ଦୋକାନ

ସାଲେପୁର(ମନୋଜ ଆଚର୍ଯ୍ୟ): କଟକ ଜିଲ୍ଲା ସାଲେପୁର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବିରାଟ ବଡ଼ ଘାଇ ସୃଷ୍ଟି ହୋଇଛି। ମାହାଙ୍ଗା ତ୍ରିବେଣୀଶ୍ୱର ବଜାର ନିକଟରେ କେନାଲ ବନ୍ଧ ଭାଙ୍ଗିଯିବାରୁ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି। କେନାଲ ବନ୍ଧ ଭାଙ୍ଗିଯିବାରୁ ଅପରପାର୍ଶ୍ୱରେ ଥିବା ବିରୁପା ନଦୀକୁ କେନାଲର ପାଣି ପଶୁଛି । ଆଜି ଭୋରୁ ପଟ୍ଟାମୁଣ୍ଡାଇ କେନାଲରେ ୧୦୦ଫୁଟର ଘାଇ ସୃଷ୍ଟି ହୋଇଥିଲା। ଫଳରେ ନଦୀ ବନ୍ଧରେ ଥିବା ୫ରୁ୬ଟି ଦୋକାନ ଭାସିଯାଇଥିଲା।  ବନ୍ଧ ଭାଙ୍ଗିଯିବାରୁ ଯିବାରୁ ଗୋପିନାଥପୁର […]

Pattamundai canal

Pattamundai canal

Tapaswini Nayak
  • Published: Saturday, 29 October 2022
  • Updated: 29 October 2022, 10:13 AM IST

Sports

Latest News

ସାଲେପୁର(ମନୋଜ ଆଚର୍ଯ୍ୟ): କଟକ ଜିଲ୍ଲା ସାଲେପୁର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବିରାଟ ବଡ଼ ଘାଇ ସୃଷ୍ଟି ହୋଇଛି। ମାହାଙ୍ଗା ତ୍ରିବେଣୀଶ୍ୱର ବଜାର ନିକଟରେ କେନାଲ ବନ୍ଧ ଭାଙ୍ଗିଯିବାରୁ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି। କେନାଲ ବନ୍ଧ ଭାଙ୍ଗିଯିବାରୁ ଅପରପାର୍ଶ୍ୱରେ ଥିବା ବିରୁପା ନଦୀକୁ କେନାଲର ପାଣି ପଶୁଛି ।

ଆଜି ଭୋରୁ ପଟ୍ଟାମୁଣ୍ଡାଇ କେନାଲରେ ୧୦୦ଫୁଟର ଘାଇ ସୃଷ୍ଟି ହୋଇଥିଲା। ଫଳରେ ନଦୀ ବନ୍ଧରେ ଥିବା ୫ରୁ୬ଟି ଦୋକାନ ଭାସିଯାଇଥିଲା।  ବନ୍ଧ ଭାଙ୍ଗିଯିବାରୁ ଯିବାରୁ ଗୋପିନାଥପୁର ଓ କୁଆଁପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ମୁଖ୍ୟ ରସ୍ତାଦେଇ ପ୍ରତିଦିନ ଶହଶହ ଲୋକ ଯିବା ଆସିବା କରିଥାନ୍ତି। ବନ୍ଧ ଭାଙ୍ଗିଯିବାରୁ  କିପରି ଲୋକମାନେ ଯିବାଆସିବା କରିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି।  କେନାଲରେ ୧୦୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ  ଭେଡ଼ା, ତ୍ରିବେଣୀଶ୍ୱର, ନୁଦାଙ୍ଗ ଓ ଗୋପୀନାଥପୁର ପଞ୍ଚାୟତ ବେଶୀ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ପଟ୍ଟାମୁଣ୍ଡାଇ କେନାଲରେ କିପରି ଏତେ ବଡ଼ ଘାଇ ସୃଷ୍ଟି ହେଲା ତାର କାରଣ ଜଣାପଡ଼ି ନାହିଁ। ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos