୧୦୦ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସହରାଞ୍ଚଳରେ ନବ ନିର୍ମିତ ୧୦୦ଟି ପାନୀୟ ଜଳ ପ୍ରକଳ୍ପ ଆଜି ଲୋକାର୍ପିତ ହୋଇଛି। ଏହାଛଡ଼ା ୧୦୦ଟି ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ୍‌ ମଧ୍ୟ ହୋଇଛି।

ସଚିବାଳାୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ପ୍ରକଳ୍ପ ଗୁଡ଼ିକୁ ଲୋକାର୍ପଣ କରିଛନ୍ତି। ଏଥିସହ ଗୃହ ନକ୍ସା ଅନୁମୋଦନ ପାଇଁ ସରଳୀକୃତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।