ରାଜ୍ୟରେ ପୁଣି ୧୦୦ରୁ ଅଧିକ ଛୁଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଛୁଆଙ୍କ ସଂକ୍ରମଣକୁ ନେଇ ଘାରୁଛି ଚିନ୍ତା । କିଛି ଦିନ ହେବ ଛୁଆ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଥିବା ବେଳେ ଗତ ୨୪ ଘଣ୍ଟାରେ ୧୦୦ରୁ ଊର୍ଦ୍ଧ୍ୱ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୧ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ୭୩୪ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୨୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ […]

corona

corona

Tapaswini Nayak
  • Published: Wednesday, 22 September 2021
  • Updated: 22 September 2021, 10:20 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଛୁଆଙ୍କ ସଂକ୍ରମଣକୁ ନେଇ ଘାରୁଛି ଚିନ୍ତା । କିଛି ଦିନ ହେବ ଛୁଆ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଥିବା ବେଳେ ଗତ ୨୪ ଘଣ୍ଟାରେ ୧୦୦ରୁ ଊର୍ଦ୍ଧ୍ୱ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୧ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ୭୩୪ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୨୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୧୦। ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୦, ବରଗଡ଼ରୁ୫, ଭଦ୍ରକରୁ୧୦, କଟକରୁ୯୧, ଢେଙ୍କାନାଳରୁ ୫, ଗଜପତି ଜଣେ,  ଗଞ୍ଜାମ ୬, ଜଗତସିଂହପୁରରୁ ୩୨, ଯାଜପୁର ୨୯, ଝାରସୁଗୁଡ଼ା ୩, କନ୍ଧମାଳରୁ ଜଣେ,କେନ୍ଦ୍ରାପଡ଼ା ୬, କେନ୍ଦୁଝର ୩, ଖୋର୍ଦ୍ଧା ୩୩୫, କୋରାପୁଟ ୪ ଓ ମାଲକାନଗିରି ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ୨୭, ନୟାଗଡ଼ ୭, ନୂଆପଡ଼ାରୁ ଜଣେ,ପୁରୀରୁ ୧୭, ରାୟଗଡ଼ା ୪, ସମ୍ବଲପୁର ୭, ସୋନପୁରରୁ ଜଣେ, ସୁନ୍ଦରଗଡ଼ ୧୩ ଓ ଷ୍ଟେଟପୁଲରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୯୫୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୦୮,୨୨୬ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍‌ ହେଉଛି ୫୫୨୧।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ,  ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  କଟକ, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ  ଜଣେ  ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୮,୧୫୦ କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos