ରାଜ୍ୟରେ ଚିହ୍ନଟ ହେଲେ ୧୦,୨୭୩ ପଜିଟିଭ୍, ଖୋର୍ଦ୍ଧାରୁ କେବଳ ୩,୪୯୬

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୬୫ ଜଣ ଅଛନ୍ତି। ୧୦,୨୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୨ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୧୧ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୯୬ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୪୯, କଟକରୁ  ୮୪୪, ଷ୍ଟେଟ୍‌ପୁଲରୁ ୭୯୬, ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ ୩୪୦ ଓ ବାଲେଶ୍ୱରରୁ […]

Corona

Corona

Tapaswini Nayak
  • Published: Friday, 14 January 2022
  • Updated: 14 January 2022, 02:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୬୫ ଜଣ ଅଛନ୍ତି।

୧୦,୨୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୨ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୧୧ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୯୬ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୪୯, କଟକରୁ  ୮୪୪, ଷ୍ଟେଟ୍‌ପୁଲରୁ ୭୯୬, ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ ୩୪୦ ଓ ବାଲେଶ୍ୱରରୁ ୪୫୭ ଜଣ  ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୮୫, ବରଗଡ଼  ୧୦୨, ଭଦ୍ରକ ୧୦୨, ବଲାଙ୍ଗିର ୧୯୧, ବୌଦ୍ଧ ୨୪, ଦେବଗଡ଼ ୨୩, ଢେଙ୍କାନାଳ ୬୯, ଗଜପତି ୧୨୬, ଗଞ୍ଜାମ ୫୫, ଜଗତସିଂହପୁର ୧୩୨, ଯାଜପୁର ୧୪୩, ଝାରସୁଗୁଡ଼ା ୨୦୨, କନ୍ଧମାଳ ୨୦୩,  କନ୍ଧମାଳ ୨୬, କେନ୍ଦ୍ରାପଡ଼ା ୭୪, କେନ୍ଦୁଝର ୧୧୪, କୋରାପୁଟ ୧୮୬, ମାଲକାନଗିରି ୩୦, ମୟୂରଭଞ୍ଜ ୩୪୦, ନବରଙ୍ଗପୁର ୧୨୫, ନୟାଗଡ଼ ୧୨୧, ନୂଆପଡ଼ା ୪୫, ପୁରୀ ୨୬୯, ରାୟଗଡ଼ା ୧୮୩ ଓ  ସୋନପୁରରୁ ୧୩୨ ଜଣ କରୋନା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ୧୦,୨୭୩ ଟି କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧, ୧୧୮୭୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୫୦ ,୧୭୯ ଜଣ ସୁସ୍ଥ ହୋଇସାରିଲେଣି। ୫୩,୧୭୧ ଜଣ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଭଦ୍ରକ, କଟକ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତକ ଅଛନ୍ତି।  ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୪୭୬କୁ ବୃଦ୍ଧି ପାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos