ରାଜ୍ୟରେ ଚିହ୍ନଟ ହେଲେ ୧୦,୪୮୯ ପଜିଟିଭ୍, ଖୋର୍ଦ୍ଧାରୁ କେବଳ ୨,୯୩୪
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୪୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୮୨ ଜଣ ଅଛନ୍ତି। ୧୦,୪୮୯ ଜଣଙ୍କ ମଧ୍ୟରୁ ୬,୦୮୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୪୦୭ ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୯୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୪୪୭, କଟକରୁ ୭୮୬,ଷ୍ଟେଟପୁଲରୁ ୭୦୭, ବାଲେଶ୍ୱରରୁ ୪୩୩, ସମ୍ବଲପୁରରୁ ୩୮୭, ମୟୂରଭଞ୍ଜରୁ ୩୮୩, ରାୟଗଡ଼ାରୁ ୨୫୩, ବଲାଙ୍ଗିରରୁ ୨୩୮, ଝାରସୁଗୁଡ଼ାରୁ ୨୨୫, ଜଗତସିଂହପୁରରୁ ୨୦୭, ପୁରୀରୁ ୧୯୮, ଯାଜପୁରରୁ ୧୯୫, ନୟାଗଡ଼ରୁ ୧୯୩, ବରଗଡ଼ରୁ ୧୬୬, ସୁବର୍ଣ୍ଣପୁରରୁ ୧୬୩, କଳାହାଣ୍ଡିରୁ ୧୬୩, କୋରାପୁଟରୁ ୧୬୨, ନବରଙ୍ଗପୁରରୁ ୧୫୯,ଅନୁଗୁଳରୁ ୧୫୮, ଭଦ୍ରକରୁ ୧୧୮, ଗଜପତିରୁ ୧୦୯, ନୂଆପଡ଼ାରୁ ୧୦୮, କେନ୍ଦୁଝରରୁ ୧୦୫ ଓ ଗଞ୍ଜାମରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ବୌଦ୍ଧରୁ ୮୫, ଦେବଗଡ଼ ୪୪, ଢେଙ୍କାନାଳ ୭୦, କନ୍ଧମାଳ ୫୬,କେନ୍ଦ୍ରାପଡ଼ା ୯୦ ଓ ମାଲକାନଗିରିରୁ ୫୫ ଜଣ ପିଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୪,୪୦୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦,୬୦,o୬୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୭୫୭୯୭ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 16th Jan
New Positive Cases: 10489
Of which 0-18 years: 982
In quarantine: 6082
Local contacts: 4407(Details of local contacts will be shared by concerned District)
1. Angul: 158
2. Balasore: 433
3. Bargarh: 166
4. Bhadrak: 118
5. Balangir: 238— I & PR Department, Odisha (@IPR_Odisha) January 17, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।