ରମେଶଙ୍କ ଗିରଫ ପ୍ରତିବାଦରେ ୧୧ରେ କଂଗ୍ରେସର ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଅଫିସ ଘେରାଉକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ରମେଶ ଜେନାଙ୍କ ଗିରଫଦାରୀ ପରେ କଂଗ୍ରେସର ପ୍ରତିବାଦ କାର୍ଯ୍ୟକ୍ରମକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ରମେଶଙ୍କ ଗିରଫ ପ୍ରତିବାଦରେ ୧୧ ତାରିଖରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଅଫିସ ଘେରାଉ କାର୍ଯ୍ୟକ୍ରମକୁ କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଓ ଲୁଲୁ ମହାପାତ୍ର ସମର୍ଥନ କରୁଛନ୍ତି। ହେଲେ ପିସିସି ସଭାପତି ଏ ନେଇ ଏପର୍ଯ୍ୟନ୍ତ ପଦୁଟିଏ ବି କହିନାହାନ୍ତି। ଏହାକୁ ନେଇ କଂଗ୍ରେସ ରାଜନୀତି ସରଗରମ ରହିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, […]

bidhayaka-jena

bidhayaka-jena

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 04:14 PM IST

Sports

Latest News

ଭୁବନେଶ୍ୱର: ରମେଶ ଜେନାଙ୍କ ଗିରଫଦାରୀ ପରେ କଂଗ୍ରେସର ପ୍ରତିବାଦ କାର୍ଯ୍ୟକ୍ରମକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ରମେଶଙ୍କ ଗିରଫ ପ୍ରତିବାଦରେ ୧୧ ତାରିଖରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଅଫିସ ଘେରାଉ କାର୍ଯ୍ୟକ୍ରମକୁ କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଓ ଲୁଲୁ ମହାପାତ୍ର ସମର୍ଥନ କରୁଛନ୍ତି। ହେଲେ ପିସିସି ସଭାପତି ଏ ନେଇ ଏପର୍ଯ୍ୟନ୍ତ ପଦୁଟିଏ ବି କହିନାହାନ୍ତି। ଏହାକୁ ନେଇ କଂଗ୍ରେସ ରାଜନୀତି ସରଗରମ ରହିଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ସେ ବ୍ରହ୍ମପୁର ଯାଇଥିଲେ ଆଉ ସେଠାରେ ପରିବେଶକୁ ଦେଖି ଏପରି ଘୋଷଣା କରିଛନ୍ତି। ତେଣୁ ୧୧ ତାରିଖରେ ଘେରାଉ ନିଶ୍ଚିତ କରାଯିବ।”

ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର କହିଛନ୍ତି, “ଦଳର ଜଣେ ନେତା ଆହ୍ୱାନ କରିଛି ଆମେ ସହଯୋଗ କରିବୁ। ପିସିସି ଆମ ସହ ଛିଡା ହେବେ। କଂଗ୍ରେସ ଦଳ ମଧ୍ୟ ଆମ ସହ ସାମିଲ ହେବ।”

କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି, “ପିସିସି ସଭାପତି ଦଳର ନେତାଙ୍କ ସହିତ ବିଚାର ବିମର୍ଶ କରୁଥିବେ। ଆଉ ସେ ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ।”

ସେପଟେ ରମେଶଙ୍କ ଅପରାଧିକ ରେକର୍ଡ ଥିବାରୁ ପ୍ରସାଦ ତାଙ୍କ ସପକ୍ଷରେ ମୁହଁ ଖୋଲିବାକୁ ଚାହୁଁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାସହ ସେ ଲୁଲୁ ଓ ତାରାଙ୍କୁ ବି ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି। ଏପରି ସ୍ଥିତିରେ ପ୍ରସାଦ କ’ଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos