କୋଭିଡ-୧୯ ନିୟମ ଉଲଂଘନ ଅଭିଯୋଗ ୧୧ଟି ଦୋକାନ ସିଲ୍‌

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟା ଓ ମୋତିଗଞ୍ଜ ଅଞ୍ଚଳର ୧୧ଟି ଦୋକାନ ସିଲ୍ କରିଛି  ପ୍ରଶାସନ। ସହଦେବଖୁଣ୍ଟାରେ ମୋବାଇଲ ମରାମତି ଦୋକାନ, ଏକ ହୋମ୍ ଆପ୍ଲିଆନ୍ସ ଏବଂ ଫର୍ଣ୍ଣିଚର ଦୋକାନ ସହ ୭ଟି ଦୋକାନ ସିଲ୍ କରାଯାଇଛି। ସେହିପରି ମୋତିଗଞ୍ଜରେ ଗୋଟିଏ ସୁନା ଦୋକାନ ଓ ଗ୍ରସରୀ ସହ ଅନ୍ୟ ଦୁଇଟି ଦୋକାନକୁ କୋଭିଡ -୧୯ ଆଇନର ଉଲଂଘନ ପାଇଁ ସିଲ୍ କରିଛି ପୌର ପ୍ରଶାସନ। ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ […]

balasoreooo

balasoreooo

Tapaswini Nayak
  • Published: Friday, 10 July 2020
  • Updated: 10 July 2020, 11:40 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟା ଓ ମୋତିଗଞ୍ଜ ଅଞ୍ଚଳର ୧୧ଟି ଦୋକାନ ସିଲ୍ କରିଛି  ପ୍ରଶାସନ। ସହଦେବଖୁଣ୍ଟାରେ ମୋବାଇଲ ମରାମତି ଦୋକାନ, ଏକ ହୋମ୍ ଆପ୍ଲିଆନ୍ସ ଏବଂ ଫର୍ଣ୍ଣିଚର ଦୋକାନ ସହ ୭ଟି ଦୋକାନ ସିଲ୍ କରାଯାଇଛି। ସେହିପରି ମୋତିଗଞ୍ଜରେ ଗୋଟିଏ ସୁନା ଦୋକାନ ଓ ଗ୍ରସରୀ ସହ ଅନ୍ୟ ଦୁଇଟି ଦୋକାନକୁ କୋଭିଡ -୧୯ ଆଇନର ଉଲଂଘନ ପାଇଁ ସିଲ୍ କରିଛି ପୌର ପ୍ରଶାସନ।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ କରୋନା ସଂକ୍ରମଣ ବେକାବୁ ହେବାକୁ ଲାଗିଲାଣି। ରାଜ୍ୟରେ ଆଜି ଆଉ ୭୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଖ୍ୟା ୧୧,୯୫୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪୦୭ ସୁସ୍ଥ ହୋଇଛନ୍ତି। ଏହାବ୍ୟତୀତ ରାଜ୍ୟରେ ୪୪୭୬ଜଣ ଚିକିତ୍ସିତ ହେଉଛନ୍ତି। ବାଲେଶ୍ୱର ଜିଲ୍ଲାରେ ୫୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos