ରାଜ୍ୟରେ ୧୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରେ ସର୍ବାଧିକ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଏହି ନୂଆ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି।
ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇଥିବା ଏହି ରିପୋର୍ଟ ଅନୁଯାୟୀ, ୧୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୬ଟି ହେଉଛି ଲୋକାଲ୍ କେସ୍।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭ ଓ ଖୋର୍ଦ୍ଧାରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨, ବରଗଡ଼ରୁ ଜଣେ, ବଲାଙ୍ଗିରରୁ ୩, ବୌଦ୍ଧରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ଜଣେ, ଜଗତସିଂହପୁରରୁ ୫, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୨, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୧୧, ନୂଆପଡ଼ାରୁ ୪, ରାୟଗଡ଼ାରୁ ଜଣେ ଓ ସମ୍ବଲପୁରରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ରୁ ମଧ୍ୟ ୩ ଜଣ ଚିହ୍ନଟ ହୋଇଛନ୍ତି।
୧୧୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୦୭୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୩୬,୨୦୬ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୮୯୮ ଜଣ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ସୋମବାର ଯେଉଁ ରିପୋର୍ଟ ଆସିଥିଲା, ସେଥିରେ ରାଜ୍ୟରେ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା। ସେଥିମଧ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୩୫ ଜଣ ଥିଲେ। ଗତ କିଛି ଦିନ ଭିତରେ କଟକର ତିନୋଟି ଘରୋଇ ଅନୁଷ୍ଠାନରୁ ୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱର ସ୍ଥିତ ମ୍ୟାନେଜ୍ମେଣ୍ଟ ଶିକ୍ଷାନୁଷ୍ଠାନ XIMBରୁ ୪୫ ଜଣ ଚିହ୍ନଟ ହୋଇଥିଲେ।
Covid-19 Report For 22nd March
New Positive Cases: 113
In quarantine: 67
Local contacts: 46(Details of local contacts will be shared by concerned Dist Administration)
District Wise Cases:
1. Angul: 5
2. Balasore: 2
3. Bargarh: 1
4. Balangir: 3
5. Boudh: 1
6. Cuttack: 17— I & PR Department, Odisha (@IPR_Odisha) March 23, 2021
20. Sambalpur: 3
21. Sundargarh: 20
22. State Pool: 3New recoveries: 82
Cumulative tested: 8835551
Positive: 339076
Recovered: 336206
Active cases: 898— I & PR Department, Odisha (@IPR_Odisha) March 23, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।