ଭିମ୍‌ସାରରେ ୧୧୬ ଡାକ୍ତରଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ବୁର୍ଲା ଭିମସାରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ବିକଳ୍ପ ଭାବେ ୧୧୬ ଜଣ ନୂଆ ଡାକ୍ତରଙ୍କୁ ଭିମସାରରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପିଜି ସାରିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଯୋଗଦେଇଥିବା ଏହି ଡାକ୍ତରମାନଙ୍କୁ ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା ଭିମସାରର ଅଧୀକ୍ଷକଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଭିମସାରରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More