ତାମିଲନାଡୁ ଚାଲାଣ ହେଉଥିବା ୧୨ ଯୁବତୀ ଉଦ୍ଧାର, ଜଣେ ଅଟକ

ନବରଙ୍ଗପୁର: ନବରଙ୍ଗପୁରରୁ ତାମିଲନାଡୁ ଚାଲାଣ ହେଉଥିବା ୧୨ ଜଣ ଯୁବତୀଙ୍କୁ ଏକ ସରକାରୀ ବସ୍‌ରୁ ପୋଲିସ୍‌ ଉଦ୍ଧାର କରିଛି। ଏହା ସହ ଜଣେ ଦଲାଲକୁ ପୋଲିସ୍‌ ଅଟକ ରଖିଛି।  ତାଙ୍କ ନାଁ ତପନ। ଉଦ୍ଧାର ହୋଇଥିବା ୧୨ ଜଣ ଯୁବତୀଙ୍କ ମଧ୍ୟରେ ୬ ନାବାଳିକା ଥିବା ଜଣାପଡ଼ିଛି। ତାମିଲନାଡୁରେ ଘରୋଇ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ତପନ ଏହି ଯୁବତୀମାନଙ୍କୁ ନେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପାଖରେ ଖବର ଅଛି ନା ନାହିଁ ଓ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 10:53 AM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁରରୁ ତାମିଲନାଡୁ ଚାଲାଣ ହେଉଥିବା ୧୨ ଜଣ ଯୁବତୀଙ୍କୁ ଏକ ସରକାରୀ ବସ୍‌ରୁ ପୋଲିସ୍‌ ଉଦ୍ଧାର କରିଛି। ଏହା ସହ ଜଣେ ଦଲାଲକୁ ପୋଲିସ୍‌ ଅଟକ ରଖିଛି।  ତାଙ୍କ ନାଁ ତପନ। ଉଦ୍ଧାର ହୋଇଥିବା ୧୨ ଜଣ ଯୁବତୀଙ୍କ ମଧ୍ୟରେ ୬ ନାବାଳିକା ଥିବା ଜଣାପଡ଼ିଛି।

ତାମିଲନାଡୁରେ ଘରୋଇ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ତପନ ଏହି ଯୁବତୀମାନଙ୍କୁ ନେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପାଖରେ ଖବର ଅଛି ନା ନାହିଁ ଓ ସେମାନଙ୍କ ନାମ ପଞ୍ଜିକରଣ କରାଯାଇଛି କି ନାହିଁ, ସେ ନେଇ ପୋଲିସ୍ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos