ଥାନା ଅଧିକାରୀଙ୍କୁ ମାଡ଼ ଘଟଣାରେ ୧୩ ଗିରଫ

ଜଳେଶ୍ୱର(ଅଜିତ ଦାସ): ପୂର୍ବତନ ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମାଡ଼ ମାରିବା ଘଟଣାରେ ୧୩ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପୁଲିସ୍‌ ପଚରାଉଚରା କରୁଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ୧୩ ଜଣଙ୍କୁ ଉଠାଇ ନେଇଥିଲା। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ବାଲିଆପାଳର ଏକ ଢାବାରୁ ଜଣେ ନାବାଳକର ମୃତଦେହ ମିଳିଥିଲା। ଏହି ଘଟଣାରେ ତଦନ୍ତ କରିବାକୁ […]

police.-750x337

police.-750x337

Tapaswini Nayak
  • Published: Thursday, 01 August 2019
  • Updated: 01 August 2019, 09:21 AM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ପୂର୍ବତନ ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମାଡ଼ ମାରିବା ଘଟଣାରେ ୧୩ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପୁଲିସ୍‌ ପଚରାଉଚରା କରୁଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ୧୩ ଜଣଙ୍କୁ ଉଠାଇ ନେଇଥିଲା।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ବାଲିଆପାଳର ଏକ ଢାବାରୁ ଜଣେ ନାବାଳକର ମୃତଦେହ ମିଳିଥିଲା। ଏହି ଘଟଣାରେ ତଦନ୍ତ କରିବାକୁ ଯାଇଥିବା ବାଲିଆପାଳ ଆଇଆଇସିଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଆଇଆଇସି ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବା ଯୋଗୁ ଲୋକେ ତାଙ୍କୁ ପିଟିଥିଲେ। ପୁଲିସକୁ ମାଡ଼ ମାରିବା ସହ ଉତ୍ତ୍ୟକ୍ତ ଲୋକେ ଢାବା ମଧ୍ୟ ପୋଡ଼ି ଦେଇଥିଲେ।

ଏହି ଘଟଣା ପରେ ବାଲିଆପାଳ ଥାନା ଅଧିକାରୀଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ନିଯୁକ୍ତ କରାଯାଇଥିଲା।

ଢାବାରେ ନାବାଳକ ମୃତ୍ୟୁ, ପୁଲିସକୁ ମାଡ଼ ଓ ପୋଡ଼ାଜଳା ଘଟଣାର ତଦନ୍ତ ପୁଲିସ୍‌ର ହ୍ୟୁମାନ୍‌ ରାଇଟ୍‌ସ ପ୍ରୋଟେକ୍ସନ୍ ସେଲ୍‌ (ଏଚ୍ଆରପିସି) ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos