ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼ ପଲ, ୧୨ ଗୁରୁତର

ପାରାଦୀପ(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାରେ ମାଙ୍କଡ଼ ଆତଙ୍କ। ଗତ ୩ ଦିନ ମଧ୍ୟରେ କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରତରଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଜଣାଯାଇଛି। ଆଜି ସକାଳେ ସନ୍ତରା ଗାଁର ୨ଜଣ ମହିଳା ଓ ଗୋଟିଏ ବାଛୁରୀକୁ ମାଙ୍କଡ଼ ପଲ କାମୁଡି […]

monkey

monkey

Tapaswini Nayak
  • Published: Saturday, 21 May 2022
  • Updated: 21 May 2022, 01:14 PM IST

Sports

Latest News

ପାରାଦୀପ(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାରେ ମାଙ୍କଡ଼ ଆତଙ୍କ। ଗତ ୩ ଦିନ ମଧ୍ୟରେ କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରତରଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଜଣାଯାଇଛି।

ଆଜି ସକାଳେ ସନ୍ତରା ଗାଁର ୨ଜଣ ମହିଳା ଓ ଗୋଟିଏ ବାଛୁରୀକୁ ମାଙ୍କଡ଼ ପଲ କାମୁଡି କ୍ଷତାକ୍ତ କରିଛନ୍ତି। ଗତକାଲିଠାରୁ ବନକର୍ମଚାରୀ ଗାଁରେ ପହଞ୍ଚି କଦଳୀରେ ନିଶା ବଟିକା ଦେଇ ମାଙ୍କଡପଲଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

[caption id="attachment_735766" align="aligncenter" width="650"]monkey attack ମାଙ୍କଡ଼ ଆକ୍ରମଣରେ ମହିଳା ଗୁରୁତର[/caption]

ଏକ ମାଙ୍କଡ ପଲ ଲୋକମାନଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ମାଙ୍କଡପଲକୁ କାବୁ କରିବା ପାଇଁ  ଭୁବେଶ୍ୱରରୁ ଟ୍ରାଙ୍କୁଲାଇଜ ଟିମ୍‌ ପହଞ୍ଚି ଥିବା ଜଣାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos