ମଧ୍ୟାହ୍ନ ଭୋଜନ ଖାଇ ୧୨ଛାତ୍ରୀ ଅସୁସ୍ଥ

ଉଦଳା(ଓଡ଼ିଶା ରିପୋର୍ଟର): ମଧ୍ୟାହ୍ନ ଭୋଜନ ଖାଇ ୧୨ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ଏକଲବ୍ୟ ମଡେଲ ସ୍କୁଲରେ। ପ୍ରାଥମିକ ଚିକିତ୍ସାପରେ ଛାତ୍ରୀମାନେ ସୁସ୍ଥ ଥିବା ଜଣାଯାଇଛି। ଗତକାଲି ମଧ୍ୟାହ୍ନ ଭୋଜନ ଖାଇବା ପରେ ହଷ୍ଟେଲର ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ପିଲାମାନଙ୍କୁ ଜ୍ୱର ହେବା ସହ ବାନ୍ତି ଓ ମୁଣ୍ଡ ବୁଲାଇଥିଲା। ଏନେଇ ପିଲାମାନେ ଓ୍ୱାର୍ଡେନଙ୍କୁ ଜଣାଇଥିଲେ। ଓ୍ୱାର୍ଡେନ ଛାତ୍ରୀମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। […]

udala

udala

Tapaswini Nayak
  • Published: Friday, 02 September 2022
  • Updated: 02 September 2022, 10:43 AM IST

ଉଦଳା(ଓଡ଼ିଶା ରିପୋର୍ଟର): ମଧ୍ୟାହ୍ନ ଭୋଜନ ଖାଇ ୧୨ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ଏକଲବ୍ୟ ମଡେଲ ସ୍କୁଲରେ। ପ୍ରାଥମିକ ଚିକିତ୍ସାପରେ ଛାତ୍ରୀମାନେ ସୁସ୍ଥ ଥିବା ଜଣାଯାଇଛି।

ଗତକାଲି ମଧ୍ୟାହ୍ନ ଭୋଜନ ଖାଇବା ପରେ ହଷ୍ଟେଲର ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ପିଲାମାନଙ୍କୁ ଜ୍ୱର ହେବା ସହ ବାନ୍ତି ଓ ମୁଣ୍ଡ ବୁଲାଇଥିଲା। ଏନେଇ ପିଲାମାନେ ଓ୍ୱାର୍ଡେନଙ୍କୁ ଜଣାଇଥିଲେ। ଓ୍ୱାର୍ଡେନ ଛାତ୍ରୀମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସାପରେ ସନ୍ଧ୍ୟାବେଳକୁ ଛାତ୍ରୀମାନେ ହଷ୍ଟେଲକୁ ଫେରି ଆସିଥିଲେ।

ହଷ୍ଟେଲର ୱାର୍ଡେନ ବାସନ୍ତୀ ସିଂ କହିଛନ୍ତି, ଗତକାଲି ପିଲାମାନେ ସକାଳେ ଭାତ ଓ ମଟର ତରକାରୀ ଖାଇଥିଲେ। ମଧ୍ୟାହ୍ନ ଭୋଜନରେ ଭାତ ଓ ଡାଲି ଓ ପୋଟଳ ତରକାରୀ ଖାଇଥିଲେ। ଏହାପରେ ପିଲାମାନଙ୍କୁ ଜ୍ୱର ଓ ବାନ୍ତି ହୋଇଥିଲା। ପିଲାମାନଙ୍କୁ ଡାକ୍ତର ଦେଖାଇବା ପରେ ଏବେ ସେମାନେ ସୁସ୍ଥ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos