ବହିଷ୍କାର ହେଲେ ଭିସୁଟର ୧୨ ଛାତ୍ର, ଆସିଲା ଏପରି ଅଭିଯୋଗ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିସୁଟ ପରିସରରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା। । ଏହି ଅଭିଯୋଗ ଆଧାରରେ ସମୁଦାୟ ୧୨ ଛାତ୍ରଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ  ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ବହିଷ୍କାର କରାଯାଇଛି ।  ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଳିଥିବା ସୂଚନା ଅନୁଯାୟୀ,  ଗତ ୨୨ ତାରିଖ […]

visut-university

Niharika Rout
  • Published: Thursday, 30 September 2021
  • , Updated: 30 September 2021, 07:49 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିସୁଟ ପରିସରରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା। । ଏହି ଅଭିଯୋଗ ଆଧାରରେ ସମୁଦାୟ ୧୨ ଛାତ୍ରଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ  ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ବହିଷ୍କାର କରାଯାଇଛି ।  ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ,  ଗତ ୨୨ ତାରିଖ ରାତିରେ ଭିସୁଟର ପୁଲହ ହଷ୍ଟେଲର ଜଣେ ଛାତ୍ରଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ସମାଧାନ ପାଇଁ  ଶୃଙ୍ଖଳା କମିଟି ବୈଠକ ବସିଥିବା ବେଳେ ଏଥିରେ ରେଜିଷ୍ଟ୍ରାରଙ୍କ ସହ ୩୧ ଜଣ ପ୍ରଫେସର ଉପସ୍ଥିତ ଥିଲେ।  କୁଳପତି ଓ ପୀଡିତ ଛାତ୍ର ମଧ୍ୟ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ।

ବୈଠକରେ  ଉଭୟ ପକ୍ଷ ଛାତ୍ରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଏହାପରେ ଅଭିଯୁକ୍ତ ଛାତ୍ରମାନେ ମାଡ ମାରିଥିବା ଅଭିଯୋଗକୁ  ସ୍ୱୀକାର କରିଥିଲେ। ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟରେ ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ମାଡ ମରାଯାଇଥିବା ଉଲ୍ଲେଖ ରହିଛି  ।

ଏହାପରେ ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି  ଅଭିଯୁକ୍ତଙ୍କ ଛାତ୍ରଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Related story