୧୨ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଉତ୍ତମ ଶିକ୍ଷାଗତା ପାଇଁ ଗୁରୁଦିବସ ଅବସରରେ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାରୁ ୧୨ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ସତ୍ୟବ୍ରତ ମୀନକେତନ, ବିବାସିନୀ ମିଶ୍ର, ଦିପ୍ତୀମୟ ଲେଙ୍କା, ବିଜୟ କୁମାର ନାଥ, ଚାରୁଲତା ମିଶ୍ର ଓ ଅମରେନ୍ଦ୍ର ନାୟକ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।