ରାଜ୍ୟରେ ପୁଣି ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, କଟକରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସେରୁ ଅଧିକ ଦିନ ପରେ ଗତକାଲି ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ହେଲେ ଗତକାଲି ଏହି ସଂଖ୍ୟା ୧୧୦ ରହିଥିବା ବେଳେ ଆଜି ୧୨୦ ରହିଛି। ଅର୍ଥାତ୍ ମାସେରୁ ଅଧିକ ଦିନ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଲଗାତାର ଦୁଇ ଦିନ ପାଇଁ ୧୦୦ ରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ହୋଇଥିବା ନୂଆ ୧୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୯ଟି ହେଉଛି ଲୋକାଲ୍ କେସ୍‌। କଟକରେ ସର୍ବାଧିକ ୨୬ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୬ ଓ ମୟୂରଭଞ୍ଜରେ ୧୫ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରେ ଜଣେ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୪, ବରଗଡ଼ରେ ଜଣେ, ଭଦ୍ରକରେ ୩, ବଲାଙ୍ଗିରରେ ୨, ଢେଙ୍କାନାଳରେ ଜଣେ, ଗଞ୍ଜାମରେ ୪, ଜଗତସିଂହପୁରରେ ଜଣେ, ଯାଜପୁରରେ ୪, ଝାରସୁଗୁଡ଼ାରେ ୩, କଳାହାଣ୍ଡିରେ ଜଣେ, କେନ୍ଦ୍ରାପଡ଼ାରେ ୨, କେନ୍ଦୁଝରରେ ଜଣେ, ଖୋର୍ଦ୍ଧାରେ ୧୪, ନବରଙ୍ଗପୁରରେ ଜଣେ, ନୂଆପଡ଼ାରେ ଜଣେ, ପୁରୀରେ ୩, ରାୟଗଡ଼ାରେ ୩ ଓ ସମ୍ବଲପୁରରେ ୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ର ୩ ଜଣ ଚିହ୍ନଟ ହୋଇଛନ୍ତି।

୧୨୦ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୭୧୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୩୫,୯୯୪ ଜଣ ସୁସ୍ଥ ହୋଇସାରିଛନ୍ତି। ୭୫୪ ଜଣ ଚିକିତ୍ସାଧୀନ ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।