୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ କଟକଣା

ଭୁବନେଶ୍ୱର: ଦୀପାବଳିରେ ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ ଥିବା କଟକଣାକୁ ପାଳନ କରିବା ଲାଗି ନିବେଦନ କରିଛି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ। ସେହିପରି ଖୋଲା ଓ ନିରାପଦ ସ୍ଥାନରେ ବାଣ ଫୁଟାଇବା ସହ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବାଣ ନ ଫୁଟାଇବାକୁ ମଧ୍ୟ ନିବେଦନ କରାଯାଇଛି। ଏଥି ସହ ସରକାରଙ୍କ ଦ୍ୱାରା ଘୋଷିତ ସାଇଲେନ୍ସ ଜୋନ୍ ବା ନୀରବ ଅଞ୍ଚଳରେ ବାଣ ନଫୁଟାଇବାକୁ ଅନୁରୋଧ କରାଯାଇଛି।