କଟକରେ କରୋନା କୋପ; ଘରୋଇ କଲେଜର ପୁଣି ୧୩ ପଜିଟିଭ ଚିହ୍ନଟ

କଟକ (ଓଡ଼ିଶା ରିପୋର୍ଟର): ବୁଧବାର କଟକର ଏକ ଘରୋଇ କଲେଜର ୧୨  ଛାତ୍ରଛାତ୍ରୀ  କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତକାଲି ଉକ୍ତ କଲେଜରୁ ପୁଣି ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ପୁଣି ଥରେ କରୋନା ଆତଙ୍କ  ଦେଖାଦେଇଛି। ଅନ୍ୟପକ୍ଷରେ ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ ଘୋଷଣା କରିଛି କଟକ ମହାନଗର ନିଗମ (ସିଏମ୍‌ସି)।

ବୁଧବାର ଉକ୍ତ ଘରୋଇ କଲେଜର ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଗୁରୁବାର  ୭୧ ଜଣଙ୍କର ଟେଷ୍ଟିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିବା କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ସମସ୍ତ ପଜିଟିଭ ଗୋଟିଏ ହଷ୍ଟେଲର ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ପ୍ରଥମେ ବାହାର ଜିଲ୍ଲାରୁ ଆସିଥିବା ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।