ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୩୦ ଆଇଏଏସ୍  ଓ ଓଏଏସ୍ ଅଫିସରଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜସିଟ୍

ଭୁବନେଶ୍ୱର: ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୩୦ରୁ ଅଧିକ ଆଇଏଏସ୍ ଓ ଓଏଏସ୍ ଅଫିସରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୦୭ରୁ ଏ ପର୍ଯ୍ୟନ୍ତ ୧୪ ଜଣ ଆଇଏଏସ୍ ଏବଂ ୧୨୦ରୁ ଅଧିକ ଓଏଏସଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। କୌଣସି ଆଇପିଏସ୍ ଅଫିସରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇନାହିଁ। ବିଧାନସଭାରେ ବିଜେଡି ବିଧାୟକ ଦେବାଶିଷ ନାୟକ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ତଥ୍ୟ ଦେଇଛନ୍ତି। ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ସନ୍ତୋଷ କୁମାର ମିଶ୍ର, ବିନୋଦ କୁମାର, କାର୍ତ୍ତିକ ଚନ୍ଦ୍ର ଦାସ, ହିମାଂଶୁ ଶେଖର, ପ୍ରଶାନ୍ତ ପ୍ରଧାନଙ୍କ ଭଳି ୧୪ଜଣ ଆଇଏଏସଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିବା ଜଣାପଡିଛି।