୧୩୯ ବ୍ଲକରେ ଦେଖାଦେଇଥିବା ମରୁଡି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୨୧ଟି ଜିଲ୍ଲାର ୧୩୯ ବ୍ଲକରେ ଦେଖାଦେଇଥିବା ମରୁଡି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମରୁଡି କ୍ଷତିଗ୍ରସ୍ତ ଚାଷିଙ୍କୁ ଇପପୁଟ ସବସିଡି ବାବଦରେ ୧୧୩ କୋଟି ଟଙ୍କାରୁ ୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ୩୩ ପ୍ରତିଶତ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଶୁଝିବା ଅବଧି ଆଉ ୧ବର୍ଷ ଓ ୫୦ ପ୍ରତିଶତ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଶୁଝିବା ଅବଧି ୪ ବର୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଛି। ସେହିଭଳି ମହାଜନୀ […]

cm2

cm2

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 06:13 AM IST

ଭୁବନେଶ୍ୱର: ରାଜ୍ୟର ୨୧ଟି ଜିଲ୍ଲାର ୧୩୯ ବ୍ଲକରେ ଦେଖାଦେଇଥିବା ମରୁଡି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମରୁଡି କ୍ଷତିଗ୍ରସ୍ତ ଚାଷିଙ୍କୁ ଇପପୁଟ ସବସିଡି ବାବଦରେ ୧୧୩ କୋଟି ଟଙ୍କାରୁ ୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ୩୩ ପ୍ରତିଶତ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଶୁଝିବା ଅବଧି ଆଉ ୧ବର୍ଷ ଓ ୫୦ ପ୍ରତିଶତ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଶୁଝିବା ଅବଧି ୪ ବର୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଛି।

ସେହିଭଳି ମହାଜନୀ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମରୁଡ଼ି ପ୍ରଭାବିତ ଜିଲ୍ଲାର ହାଇସ୍କୁଲ ଓ ଯୁକ୍ତ୨ ପଢୁଥିବା ଛାତ୍ରଛାତ୍ରୀଙ୍କ ସମସ୍ତ ଫି ଛାଡ ସହ ଜଳକର ଓ ସେସ ଆଦାୟ ୫୦ ପ୍ରତିଶତ ଛାଡ଼ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମରୁଡି ଅଞ୍ଚଳରେ ତହସିଲଦାର ଓ ବିଡିଓମାନେ କ୍ୟାମ୍ପ କରି ପ୍ୟାକେଜ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ କୁହାଯାଇଛି। ଏ ନେଇ ସ୍ୱତନ୍ତ୍ର ରିଲିଫ କମିସନର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଚାଷୀମାନେ ସେମାନଙ୍କ ଅଭିଯୋଗ ଏହି କଣ୍ଟ୍ରୋଲ ରୁମରେ ଜଣାଇ ପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos