ଭଦ୍ରକ ସହରରେ ପଇଁତରା ମାରୁଛନ୍ତି ୧୬ ପ୍ଲାଟୁନ୍  ପୋଲିସ ଏବଂ ରାପିଡ୍ ଆକ୍ସନ ଫୋର୍ସ, ଜାଣନ୍ତୁ କାହିଁକି

ଭଦ୍ରକ:(ଓଡ଼ିଶା ରିପୋର୍ଟର): ରାମନବମୀ ଉତ୍ସବ ପାଳନ ପୂର୍ବରୁ ଭଦ୍ରକରେ ଜାରି ହୋଇଥିବା ୧୪୪ ଧାରା ବଳବତ୍ତର ରହିଛି।   ଗତକାଲି ସଂଧ୍ୟା ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ଜାରି ହୋଇଛି ୧୪୪ ଧାରା।   ରାମନବମୀ ପୂର୍ବରୁ ସହରରେ ସଦଭାବନା ବଜାୟ ରଖିବା ଓ ସାଂପ୍ରତିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜିଲ୍ଲାପାଳ କହିଛନ୍ତି।   ପରବର୍ତ୍ତୀ ସମୟରେ ସ୍ଥିତି ସମୀକ୍ଷା କରାଯାଇ ଏହି କଟକଣାରେ ପରିବର୍ତ୍ତନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । […]

bhdk

bhdk

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 08:29 AM IST

Sports

Latest News

ଭଦ୍ରକ:(ଓଡ଼ିଶା ରିପୋର୍ଟର): ରାମନବମୀ ଉତ୍ସବ ପାଳନ ପୂର୍ବରୁ ଭଦ୍ରକରେ ଜାରି ହୋଇଥିବା ୧୪୪ ଧାରା ବଳବତ୍ତର ରହିଛି।   ଗତକାଲି ସଂଧ୍ୟା ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ଜାରି ହୋଇଛି ୧୪୪ ଧାରା।   ରାମନବମୀ ପୂର୍ବରୁ ସହରରେ ସଦଭାବନା ବଜାୟ ରଖିବା ଓ ସାଂପ୍ରତିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜିଲ୍ଲାପାଳ କହିଛନ୍ତି।   ପରବର୍ତ୍ତୀ ସମୟରେ ସ୍ଥିତି ସମୀକ୍ଷା କରାଯାଇ ଏହି କଟକଣାରେ ପରିବର୍ତ୍ତନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭଦ୍ରକର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସହରରେ ଆଜିଠୁ ୨୫ ତାରିଖ ଯାଏ ରାମନବମୀ ଉତ୍ସବ ପାଳନ ଲାଗି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।  ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଲାଗି ଦିନ ଧାର୍ଯ୍ୟ ହୋଇଥିଲା।  ତେବେ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ସହରରେ ୧୪୪ ଜାରି ହୋଇଛି। ସହରରେ ଏବେ ୧୬ ପ୍ଲାଟୁନ୍  ପୋଲିସ ଏବଂ ୨ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମଧ୍ୟ ପଇଁତରା ମାରୁଛନ୍ତି ।  ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos