ପ୍ରାକ୍ଟିକାଲ କ୍ଲାସ୍‌ ହେଲା କାଳ: ଗ୍ୟାସ୍‌ ପ୍ରଭାବରେ ୧୫ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ଜିଳ୍ଲା ବାଲିଆ ସରସ୍ୱତୀ ଶୁଶୁ ବିଦ୍ୟାମନ୍ଦିରର ୧୫ ଜଣ ଛାତ୍ରଛାତ୍ରୀ ଗ୍ୟାସ୍‌ ପ୍ରଭାବରେ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ତୁରନ୍ତ ବାଲେଶ୍ୱର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀର ବୋଲି ଜଣାପଡିଛି। ସ୍କୁଲରେ ପ୍ରାକ୍ଟିକାଲ କ୍ଲାସ୍ ଚାଲିଥିବା ବେଳେ ଲାବରୋଟୋରୀର ସୋଡ଼ିୟମ ଗ୍ୟାସ୍ ପ୍ରଭାବରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଥିଲେ।