ବିକୃତ ମାନସିକତା: ୧୭ ମାସର ଶିଶୁକନ୍ୟାକୁ ସମ୍ପର୍କୀୟ ଦାଦାର ଦୁଷ୍କର୍ମ!

ଉଦଳା (ମାନସ ପାଣି): ୧୭ ମାସର ଶିଶୁ କନ୍ୟାଟିଏ, ଯିଏ ଦୁନିଆ କଣ ଜାଣେନି ଓ କଥା କହିବା ଶିଖିନି, ତାକୁ ଜଣେ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୪ ତାରିଖରେ ମହାପ୍ରଭୁଙ୍କର ରଥଯାତ୍ରା ଥିଲା। ଭାଇ ଓ ଭଉଣୀଙ୍କୁ ସାଥୀରେ ଧରି ବଡ଼ଠାକୁର ଶ୍ରୀଜଗନ୍ନାଥ ବଡ଼ଦେଉଳରୁ ବାହାରକୁ […]

rape

rape

Tapaswini Nayak
  • Published: Saturday, 06 July 2019
  • Updated: 06 July 2019, 04:28 PM IST

Sports

Latest News

ଉଦଳା (ମାନସ ପାଣି): ୧୭ ମାସର ଶିଶୁ କନ୍ୟାଟିଏ, ଯିଏ ଦୁନିଆ କଣ ଜାଣେନି ଓ କଥା କହିବା ଶିଖିନି, ତାକୁ ଜଣେ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ୪ ତାରିଖରେ ମହାପ୍ରଭୁଙ୍କର ରଥଯାତ୍ରା ଥିଲା। ଭାଇ ଓ ଭଉଣୀଙ୍କୁ ସାଥୀରେ ଧରି ବଡ଼ଠାକୁର ଶ୍ରୀଜଗନ୍ନାଥ ବଡ଼ଦେଉଳରୁ ବାହାରକୁ ଆସିଥିଲେ। ଏଥିପାଇଁ ସବୁଠି ଉତ୍ସବର ମାହୋଲ୍‌ ଥିଲା। ମହାପ୍ରଭୁଙ୍କର ଏହି ନିଆରା ପର୍ବରେ ସମସ୍ତେ ସାମିଲ ହୋଇଥିଲେ। ଠିକ୍‌ ସେତିକି ବେଳେ ଖୁଣ୍ଟା ଥାନା ଅଞ୍ଚଳରେ ଜଣେ ୧୭ ମାସର ଶିଶୁ କନ୍ୟା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ଲୋକମାନଙ୍କୁ ସ୍ତବ୍ଧ କରିଦେଇଛି। ତା’ ସମ୍ପର୍କୀୟ ଦାଦା ତାକୁ ବୁଲାଇ ନେବା ବାହାନାରେ ଦୁଷ୍କର୍ମ କରି ଗଛ ମୂଳରେ ଛାଡ଼ି ପଳାଇଯାଇଥିବା ଅଭିଯୋଗ ହୋଇଛି।

ଘରେ ଛୁଆକୁ ନପାଇ ପରିବାର ଲୋକେ ଚାରି ଆଡ଼େ ଖୋଜିଥିଲେ। ମାତ୍ର ପାଇ ନଥିଲେ। ପରେ ଘରଠାରୁ ଅଳ୍ପ ଦୂରରେ ଏକ ଗଛ ତଳେ ଶିଶୁଟି କାନ୍ଦୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତା’ ପାଟିରୁ ରକ୍ତ ବାହାରୁ ଥିବା ବେଳେ ଦେହରେ କ୍ଷତ ଚିହ୍ନ ମଧ୍ୟ ଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବାରିପଦା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପକ୍ଷରେ ପରିବାର ଲୋକେ ଏ ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଦାଦା ଫେରାର ଥିବା ଜଣାପଡ଼ିଛି।
ଉଦଳା ଉପଖଣ୍ଡ ପୁଲିସ‌ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର କହିଛନ୍ତି,“ଜଣେ ଶିଶୁକନ୍ୟାକୁ ତାଙ୍କର ସମ୍ପର୍କୀୟ ଦାଦା ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି। ନାବାଳିକାକୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଡିକାଲ ରିପୋର୍ଟ ଆସିବା ପରେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story