ଘାଟିରେ ଓଲଟିଲା ଟ୍ରାକ୍ଟର, ୧୮ ଆହତ

ଗୁଣୁପୁର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଟଲଣା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଆହତମାନଙ୍କ ମଧ୍ୟରେ ୧୭ ଜଣ ଶ୍ରମିକ ଥିବା ବେଳେ  ଜଣେ ଗାଡି ଡ୍ରାଇଭର ଥିବା ଜଣାଯାଇଛି। ଆହତ ଶ୍ରମିକଙ୍କ ଘର କଇଁପୁର ପଞ୍ଚାୟତର ଲୁମୁଡାସିଂ ଗାଁର ବୋଲି ଜଣାପଡିଛି।   ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ,  ୧୭ ଜଣ ଶ୍ରମିକ  ରାସ୍ତା କାମ ସାରି ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ। ଟଲଣା ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତ ଶ୍ରମିକଙ୍କୁ ଅଗ୍ନିଶମ ବାହିନୀ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।