୧୮ରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଲାଗୁ ହୋଇପାରେ ଏସମା

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ୧୮ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଏଥିଯୋଗୁଁ ଉପୁଜିବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ସରକାର ଏସ୍‌ମା ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଭିଡିଓ କନ୍‌ଫରେନ୍ସ ଜରିଆରେ ସମସ୍ତ ଜିଲ୍ଲାପାଳ, ଏସ୍‌ପିଙ୍କ ସହ ଏନେଇ ଆଲୋଚନା କରିଥିଲେ। ୭ ଦଫା ଦାବି ନେଇ ବୁଧବାର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ […]

108-ambulance-staff-strike

108-ambulance-staff-strike

Rakesh Mallick
  • Published: Wednesday, 16 March 2016
  • Updated: 17 March 2016, 03:00 AM IST

Sports

Latest News

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ୧୮ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଏଥିଯୋଗୁଁ ଉପୁଜିବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ସରକାର ଏସ୍‌ମା ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଭିଡିଓ କନ୍‌ଫରେନ୍ସ ଜରିଆରେ ସମସ୍ତ ଜିଲ୍ଲାପାଳ, ଏସ୍‌ପିଙ୍କ ସହ ଏନେଇ ଆଲୋଚନା କରିଥିଲେ।

୭ ଦଫା ଦାବି ନେଇ ବୁଧବାର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲେ। କର୍ମଚାରୀମାନେ ଆଜି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ଦେବା ସହ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସର୍ବନିମ୍ନ ମଜୁରୀ ପ୍ରଦାନ, ବାର୍ଷିକ ୧୫ ପ୍ରତିଶତ ଇନକ୍ରିମେଣ୍ଟ ବ୍ୟବସ୍ଥା ପ୍ରଚଳନ, କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ ଭଳି ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏ ସବୁ ଦାବି ପୂରଣ ନେଇ ଆମ୍ବୁଲାନ୍ସ କର୍ମଚାରୀମାନେ ଆସନ୍ତାକାଲି ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ମଧ୍ୟ ଦେବେ। ଦାବି ପୂରଣ ନ ହେଲେ ୧୮ ତାରିଖରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos