ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବେଗୁନିଆ ଛକରେ ଏକ ଟ୍ରକକୁ ବୋଲେରୋ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥଲା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ମୃତାହତଙ୍କ ଘର ଗଜପତି ଜିଲ୍ଲାର ବୋଲି ଜଣାଯାଇଛି। ଆଜି ଭୋର ସମୟରେ ବୋଲରୋଟି ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବେଗୁନିଆ ଛକରେ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା। […]

accident

accident

Tapaswini Nayak
  • Published: Wednesday, 15 June 2022
  • Updated: 15 June 2022, 09:44 AM IST

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବେଗୁନିଆ ଛକରେ ଏକ ଟ୍ରକକୁ ବୋଲେରୋ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥଲା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ମୃତାହତଙ୍କ ଘର ଗଜପତି ଜିଲ୍ଲାର ବୋଲି ଜଣାଯାଇଛି।

ଆଜି ଭୋର ସମୟରେ ବୋଲରୋଟି ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବେଗୁନିଆ ଛକରେ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା। ବୋଲେରୋଟି ଭାରସାମ୍ୟ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା।

ଦୁର୍ଘଟଣା ସମୟରେ ଟ୍ରକ୍‌ରେ କେହି ନଥିଲେ।  ବୋଲେରୋରେ ଡ୍ରାଇଭର ସମେତ ୫ ଜଣ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos