ଟ୍ରକ୍‌କୁ ପିଟିଲା ବସ୍‌

ଧର୍ମଗଡ଼/ ବାରିପଦା(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ  ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟିରେ ଏକ ଟ୍ରକ୍‌କୁ ଯାତ୍ରୀବାହୀ ବସ୍‌ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଆହତମାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବସ୍‌ଟି ସମ୍ବଲପୁରରୁ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗ ମୁର୍ଶିଦାବାଦ୍ ଯାଉଥିଲା। ଏହି ସମୟରେ ଦୁଆରଶୁଣି […]

accident

accident

Tapaswini Nayak
  • Published: Saturday, 30 April 2022
  • Updated: 30 April 2022, 03:00 PM IST

Sports

Latest News

ଧର୍ମଗଡ଼/ ବାରିପଦା(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ  ଆହତ ହୋଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟିରେ ଏକ ଟ୍ରକ୍‌କୁ ଯାତ୍ରୀବାହୀ ବସ୍‌ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଆହତମାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ବସ୍‌ଟି ସମ୍ବଲପୁରରୁ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗ ମୁର୍ଶିଦାବାଦ୍ ଯାଉଥିଲା। ଏହି ସମୟରେ ଦୁଆରଶୁଣି ଘାଟିରେ ବେଳେ ଦୁର୍ଘଟଣା ଘଟିଥିଲା। ବସ୍‌ରେ ଡ୍ରାଇଭର ସମେତ ୪୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ବସ୍‌ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସେହିପରି  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଜୁନାଗଡ ରାସ୍ତାର ବଣ୍ଡାକୁଟରା ଛକଠାରେ ମେଲୋଡି ଗାଡ଼ି ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଫୁଲ୍ଲ ବାଗ। ତାଙ୍କ ଘର ନୂଆପଡ଼ାରେ ବୋଲି ଜଣାଯାଇଛି। ଆହତମାନଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

[caption id="attachment_731053" align="aligncenter" width="650"]accident ଓଲଟି ପଡ଼ିଲା ମେଲୋଡ଼ି ଗାଡ଼ି[/caption]

ଗତକାଲି ଗୋଲାମୁଣ୍ଡା ଅଞ୍ଚଳରେ ବାହାଘର ଥିବାରୁ କଳାକାରମାନେ ସେଠାକୁ ମେଲୋଡି କରିବାକୁ ଯାଇଥିଲା। ଆଜି ଭୋରରୁ ଫେରିଲା ବେଳେ  ବଣ୍ଡାକୁଟରା ଛକଠାରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos