ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ

ସୋର: ବାଲେଶ୍ୱର ଜିଲ୍ଲା ସୋର କାଞ୍ଚପଡ଼ା ଦାମୋଦରପୁର ଶାସନ ଗାଁରେ ସାପ କାମୁଡ଼ାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି।  ରାତିରେ ଘରେ ଶୋଇଥିବା ସମୟରେ ଉଭୟଙ୍କୁ ସାପ କାମୁଡ଼ିଥିଲା।

ଭଦ୍ରକ ମେଡିକାଲରେ ବଡଭାଇର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ବେଳେ ଗୁରୁତର ଅବସ୍ଥାରେ ସାନ ଭାଇକୁ କଟକ ନେବା ବାଟରେ ତା’ର ମୃତ୍ୟୁ ହୋଇଥିଲା।  ବଡ଼ ଭାଇର ବୟସ ୧୮ ବର୍ଷ ହୋଇଥିବା ବେଳେ ସାନ ଭାଇର ବୟସ ୮ ବର୍ଷ  ବୋଲି ଜଣାପଡ଼ିଛି।