ଲୁଗା ଦୋକାନୀଙ୍କୁ ଖଣ୍ଡାରେ ହାଣିଲେ ୨ ଭାଇ

ଜଳେଶ୍ୱର(ଅଜିତ କୁମାର ଦାସ): ଦୋକାନ ଭିତରେ ପଶି ଲୁଗା ଦୋକାନୀଙ୍କୁ ଖଣ୍ଡାରେ ହାଣିଲେ ୨ ଭାଇ।  ଏଥିରେ ଦୋକାନୀ ଜଣକ ଆହତ ହୋଇଥିବା ବେଳେ ଏହି ଭିଡିଓ କଏଦ ହୋଇଛି ସିସିଟିଭିରେ। ଏ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ।

ସ୍ଥାନୀୟ ଲୋକେ ଆକ୍ରମଣ କରିଥିବା ଯୁବକ ଓ ତାଙ୍କ ଭାଇଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଛନ୍ତି। ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ଦୁଇ ଭାଇ ରାଜେନ୍ଦ୍ର ଜେନା ଓ ଜିତେନ୍ଦ୍ର ଜେନା ।

ସୂଚନା ଅନୁଯାୟୀ,ଶନିବାର ରାତିରେ ରାଜେନ୍ଦ୍ର ଓ ଜିତେନ୍ଦ୍ର ଲୁଗା ଦୋକାନ ସାମ୍ନାରେ ଏକ ସିମେଣ୍ଟ ବୋଝେଇ ଗାଡ଼ିକୁ ଅଟକାଇବା ସହ ଗଣ୍ଡଗୋଳ କରୁଥିଲେ। ତେବେ ଲୁଗା ଦୋକାନୀ ବୁଝାସୁଝା କରିବାକୁ ଯିବା ବେଳେ ଦୁଇ ଭାଇ ଲୁଗା ଦୋକାନରେ ପଶି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭୋଗରାଇ ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।