ରାତି ଅଧରେ ଘରେ ପଶି ପରିବାର ଲୋକଙ୍କୁ ହାଣିଲେ, ଦୁଇ ଭାଇଙ୍କ ମୃତ୍ୟୁ

ସମ୍ବଲପୁର (ସଞ୍ଜୟ ଜେନା): ରାତିରେ ଘରେ ପଶି ଗୋଟିଏ ପରିବାରର ୫ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ। ଫଳରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏପରି ନୃଶଂସ ଘଟଣା ସମ୍ୱଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛୁ। ବୁର୍ଲା ସେଣ୍ଟ୍ରାଲ ଲାଇନରେ ରହୁଥିବା ବିଶୋୟୀ ପରିବାର ଲୋକେ ଗତକାଲି ରାତିରେ […]

attack

attack

Tapaswini Nayak
  • Published: Wednesday, 11 November 2020
  • Updated: 11 November 2020, 10:44 AM IST

Sports

Latest News

ସମ୍ବଲପୁର (ସଞ୍ଜୟ ଜେନା): ରାତିରେ ଘରେ ପଶି ଗୋଟିଏ ପରିବାରର ୫ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ। ଫଳରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏପରି ନୃଶଂସ ଘଟଣା ସମ୍ୱଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛୁ।

ବୁର୍ଲା ସେଣ୍ଟ୍ରାଲ ଲାଇନରେ ରହୁଥିବା ବିଶୋୟୀ ପରିବାର ଲୋକେ ଗତକାଲି ରାତିରେ ଖାଇ ଶୋଇଥିଲେ। ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଗୋଟିଏ କାର୍‌ରେ ଆସି ଘରେ ପଶିଥିଲେ। ସେମାନେ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ପରିବାର ସମସ୍ତଙ୍କ ଗୋଡ଼ାଇ ଗୋଡ଼ାଇ ଆଣିଥିଲେ। ଚିତ୍କାର ଶୁଣି ପଡ଼ୋଶୀମାନେ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ପରେ ସମସ୍ତଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ବୁଲୁ ବିଶୋୟୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ସକାଳେ ସାନ ପୁଅ ମୁନାଙ୍କ ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ମୃତ ବୁଲୁଙ୍କ ବାପା, ମାଆ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏପରି ସଂଘବଦ୍ଧ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos