ବାଲେଶ୍ୱର: ପୋଖରୀରେ ବୁଡି ଦୁଇ ଶିଶୁ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚକଛାନୁଆ ଗାଁ ପୋଖରୀରେ ବୁଡି ଆଜି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁମାନେ ହେଲେ ଗାଁର ବିଷ୍ଣୁପଦ ପାତ୍ରଙ୍କ ପୁଅ ଆଶୁ ପାତ୍ର (ସାଢେ ୪ ବର୍ଷ) ଏବଂ ଅଶୋକ ପାତ୍ରଙ୍କ ପୁଅ ବିରେନ୍ଦ୍ର ପାତ୍ର (୫)।

ଉଭୟ ଘଣ ନିକଟରେ ଥିବା ପୋଖରୀକୁ ଅପରାହ୍ନ ପ୍ରାୟ ସାଢେ ୩ଟାରେ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘଣକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ଶେଷରେ ଉଭୟଙ୍କ ଶବ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଥିଲା। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଆଶୁ ଓ ବିରେନ୍ଦ୍ର ସମ୍ପର୍କ ଭାଇ ବୋଲି ଜଣାପଡିଛି।