ଭିଜିଲାନ୍ସ ଜାଲରେ ୨ କିରାଣୀ, କହୁଥିଲେ- ୧୨ ହଜାର ଦେଲେ ବିଲ୍‌ ପାସ୍‌ କରିବୁ

ଯାଜପୁର(ଓଡ଼ିଶା ରିପୋର୍ଟର): ‘୧୨ ହଜାର ଦେଲେ ତୁମ ବିଲ୍‌ ପାସ୍‌ ହେବ । ନଚେତ ତୁମ କାମ କଥା ଭୁଲି ଯାଅ ।’ ଏକ ବିଲ୍‌ ପାସ୍‌ କରିବା ପାଇଁ ୧୨ ହଜାର ଲାଞ୍ଚ ମାଗୁଥିବା ଯାଜପୁରସ୍ଥିତ ନିୟୋଜନ କାର୍ଯ୍ୟାଳୟର ଦୁଇ କିରାଣୀଙ୍କୁ କାବୁ କରିଛି ଭିଜିଲାନ୍ସ । ଏହି ୨ କିରାଣୀ ହେଲେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଅଧିକାରୀ ତାପସ ସ୍ୱାଇଁ ଓ ସହକାରୀ କିରାଣୀ ଜିତେନ୍ଦ୍ର ସେଠୀ ।

ଏମ୍ପ୍ଲୟମେଣ୍ଟ କାର୍ଯ୍ୟାଳୟରେ କିଛି ବିଲ୍ ପାସ୍ କରିବା ପାଇଁ ବିବେକାନନ୍ଦ ମହାପାତ୍ର ନାମକ ବ୍ୟକ୍ତିଙ୍କୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏହି ୨ କିରାଣୀ। ଏନେଇ ବିବେକାନନ୍ଦ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ଏହାପରେ ଏହି କିରାଣୀଙ୍କୁ ଧରିବାକୁ ଭିଜିଲାନ୍ସ ପକ୍ଷରୁ ଜାଲ ବିଛା ଯାଇଥିଲା। ପ୍ରାକ୍‌ ଯୋଜନା ଅନୁଯାୟୀ,  ବିବେକାନନ୍ଦ ରଙ୍ଗବୋଳା ୧୨ ହଜାର ଟଙ୍କା ଏହି ୨ କିରାଣୀଙ୍କୁ ଲାଞ୍ଚ ଦେବା ବେଳେ ସେମାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଏଥିସହ ସେମାନଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ ହୋଇ ଅଧିକ ପଚରାଉଚରା କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।