ରାଜଧାନୀରେ ଅଘଟଣ; ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସ୍ୱେରେଜ କାମ ଚାଲିଥିବା ବେଳେ ଘଟିଛି ଅଘଟଣ। ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ୨ ଜଣ ବ୍ୟକ୍ତି। ଭୁବନେଶ୍ୱରର ଟଙ୍କପାଣି ରୋଡ୍ ଅଞ୍ଚଳରେ ଘଟିଛି ଏହି ଘଟଣା।

ମୃତକ ଦ୍ୱୟ ହେଉଛନ୍ତି ସୁନାରାମ ସର୍ଦ୍ଦାର ଓ ସିଲୁ ବେରୁଆ। ଆଜି ସକାଳେ ସ୍ୱେରେଜ କାମରେ ଲାଗିଥିବା ଶ୍ରମିକଙ୍କ ମଧ୍ୟରୁ ଏହି ଦୁଇ ଜଣ କାମ କରିବାକୁ ଭିତରକୁ ଓହ୍ଲାଇଥିଲେ। କିନ୍ତୁ ଭିତରେ ସେମାନଙ୍କର ଶ୍ୱାସରୁଦ୍ଧ ହୋଇଥିଲା। ସେମାନେ ଆଉ ବାହାରି ପାରି ନଥିଲେ।

ଏହା ପରେ ତୁରନ୍ତ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ତେବେ କ୍ୟାପିଟାଲ ହସ୍ପିଟାଲରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।