ଘରକୁ ଫେରୁଥିଲେ, ଅଧାବାଟରେ ଚାଲିଗଲା ଜୀବନ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଗାଁର ବୁଲାଣି ନିକଟରେ ଗତକାଲି ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ରାସ୍ତା ପାର୍ଶ୍ୱରେ ଥିବା ଖମ୍ବରେ ପିଟି ହେବାରୁ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କଣ୍ଟାବାଞ୍ଜି  ସିଙ୍ଗଲପଡ଼ାର ପ୍ରଦୀପ ପୁଟେଲ ଓ କବି ପୁଟେଲ। ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ପ୍ରଦୀପ ଓ କବି ବାଇକ୍‌ ଯୋଗେ ବଙ୍ଗୋମୁଣ୍ଡା ଯାଇଥିଲେ। ଉଭୟେ ରାତିରେ […]

Accident

Accident

Tapaswini Nayak
  • Published: Tuesday, 18 January 2022
  • Updated: 18 January 2022, 10:31 AM IST

Sports

Latest News

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଗାଁର ବୁଲାଣି ନିକଟରେ ଗତକାଲି ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ରାସ୍ତା ପାର୍ଶ୍ୱରେ ଥିବା ଖମ୍ବରେ ପିଟି ହେବାରୁ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କଣ୍ଟାବାଞ୍ଜି  ସିଙ୍ଗଲପଡ଼ାର ପ୍ରଦୀପ ପୁଟେଲ ଓ କବି ପୁଟେଲ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ପ୍ରଦୀପ ଓ କବି ବାଇକ୍‌ ଯୋଗେ ବଙ୍ଗୋମୁଣ୍ଡା ଯାଇଥିଲେ। ଉଭୟେ ରାତିରେ ବଙ୍ଗୋମୁଣ୍ଡାରୁ  ଘରକୁ ଫେରୁଥିବା ବେଳେ ଧାମନଡଙ୍ଗା ଗାଁ ରାସ୍ତା ପାର୍ଶ୍ୱରେ ଥିବା ଖମ୍ବରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ  ଘଟିଥିଲା। ଆଜି ଉଭୟଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ  କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଯାଇଛି।  ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos