ନିଜେ ବିଛାଇଥିବା ଜାଲରେ ନିଜେ ପଡ଼ିଲେ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବାରହା ଶିକାର କରିବା ପାଇଁ ବିଦ୍ୟୁତ୍‌  ତାର ଓ ଅନ୍ୟ ସରଞ୍ଜାମ ବ୍ୟବହାର କରି ଜାଲ ବିଛାଇଥିଲେ। ଦୁର୍ଭାଗ୍ୟବଶତଃ ଶିକାରୀମାନେ ନିଜେ ବସାଇଥିବା ଜାଲରେ ନିଜେ ପଡ଼ିଗଲେ। ଶିକାର ପାଇଁ ଯାଇ ବିଦ୍ୟୁତ୍‌ ଫାଶରେ ଛନ୍ଦିହୋଇ ଦୁଇ ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପିପଲମୁଣ୍ଡା ଜଙ୍ଗଲରେ। ମୃତକଦ୍ୱୟ ହେଲେ ଟିକରପଡା ଗ୍ରାମ ପଞ୍ଚାୟତର କୁରକୁଜ ଗାଁର ବସ୍ତିଆନନ୍ଦ ଦେହୁରୀ ଓ ରାମ୍ଭିକଟା ଗାଁର କଇରା […]

electricshock1666

electricshock1666

Tapaswini Nayak
  • Published: Saturday, 20 November 2021
  • Updated: 20 November 2021, 02:19 PM IST

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବାରହା ଶିକାର କରିବା ପାଇଁ ବିଦ୍ୟୁତ୍‌  ତାର ଓ ଅନ୍ୟ ସରଞ୍ଜାମ ବ୍ୟବହାର କରି ଜାଲ ବିଛାଇଥିଲେ। ଦୁର୍ଭାଗ୍ୟବଶତଃ ଶିକାରୀମାନେ ନିଜେ ବସାଇଥିବା ଜାଲରେ ନିଜେ ପଡ଼ିଗଲେ। ଶିକାର ପାଇଁ ଯାଇ ବିଦ୍ୟୁତ୍‌ ଫାଶରେ ଛନ୍ଦିହୋଇ ଦୁଇ ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପିପଲମୁଣ୍ଡା ଜଙ୍ଗଲରେ। ମୃତକଦ୍ୱୟ ହେଲେ ଟିକରପଡା ଗ୍ରାମ ପଞ୍ଚାୟତର କୁରକୁଜ ଗାଁର ବସ୍ତିଆନନ୍ଦ ଦେହୁରୀ ଓ ରାମ୍ଭିକଟା ଗାଁର କଇରା ବାଘ।

ମିଳିଥିବା ସୂଚନା ଅନୁସାରେ,  ଗତକାଲି ରାତିରେ କୁରକୁଜ ଓ କଇରା ବାରହା ଶିକାର କରିବାକୁ ଯାଇଥିଲେ। ବାରହା ଶିକାର କରିବା ପାଇଁ ସେମାନେ ବିଦ୍ୟୁତ୍‌ ତାର ଜାଲ ବିଛାଇଥିଲେ। ହେଲେ   ଉଭୟ ଏହି ତାର ସଂସ୍ପର୍ଶରେ ଆସିଯାଇଥିଲେ।

ଆଜି ସକାଳେ ଦୁଇଜଣଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ବନ ବିଭାଗର କୌଣସି  କର୍ମଚାରୀମାନେ ପହଞ୍ଚି ନାହାନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos