ସ୍ୱାଇନ ଫ୍ଲୁ ନେଲା ଆଉ ୨ ଜୀବନ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଭୁବନେଶ୍ୱର: ସ୍ୱାଇନ୍‌ ଫ୍ଲୁ କାୟା ବିସ୍ତାର କରିବାରେ ଲାଗିଛି। ଆଜି ନେଇଛି ଆଉ ୨ଟି ଜୀବନ। ଆଜିକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ ଜଣ ଏହି ରୋଗରେ ମୃତ୍ୟୁବରଣ କରିସାରିଲେଣି।

ଅନ୍ୟପକ୍ଷରେ ଆଜି ୩୦ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୧୧ଟି ପଜିଟିଭ୍‌ ଆସିଛି। ବର୍ତ୍ତମାନ ସୁଦ୍ଧା ୬୪୯ଟି ନମୁନା ପରୀକ୍ଷା କରାଯାଇଛି। ଯେଉଁଥିରେ ୨୨୭ଟି ପଜିଟିଭ୍ ରହିଛି।