ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ୨ ଅଟକ   

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ  ଅନୁଗୁଳ ପୁଲିସ ୨ଜଣଙ୍କୁ  ଅଟକ ରଖିଛି ।  ଏପରି ଲଜ୍ଜାଜନକ ଘଟଣା ପ୍ରଚାରିତ ହେବା ପରେ ଅନୁଗୁଳ ଏସ୍‌ପି, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି  ଫୋରେନସିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।  ଅଟକଦ୍ୱୟଙ୍କ ପରିଚୟ ମିଳି ପାରି ନାହିଁ। ଆଜି ସକାଳେ ଅନୁଗୁଳ ବସଷ୍ଟାଣ୍ଡ ଆହାର କେନ୍ଦ୍ର ନିକଟରୁ ମୁମୂର୍ଷ ଅବସ୍ଥାରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ସଂପୃକ୍ତ […]

angul-1.1..

angul-1.1..

Niharika Rout
  • Published: Sunday, 21 July 2019
  • Updated: 21 July 2019, 03:16 PM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ  ଅନୁଗୁଳ ପୁଲିସ ୨ଜଣଙ୍କୁ  ଅଟକ ରଖିଛି ।  ଏପରି ଲଜ୍ଜାଜନକ ଘଟଣା ପ୍ରଚାରିତ ହେବା ପରେ ଅନୁଗୁଳ ଏସ୍‌ପି, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି  ଫୋରେନସିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।  ଅଟକଦ୍ୱୟଙ୍କ ପରିଚୟ ମିଳି ପାରି ନାହିଁ।

ଆଜି ସକାଳେ ଅନୁଗୁଳ ବସଷ୍ଟାଣ୍ଡ ଆହାର କେନ୍ଦ୍ର ନିକଟରୁ ମୁମୂର୍ଷ ଅବସ୍ଥାରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ସଂପୃକ୍ତ ନାବାଳିକାଙ୍କୁ କେହି ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗି  ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ।

ସମ୍ପୃକ୍ତ ନାବାଳିକା ଜଣକ ଗତକାଲି ରାତିରେ ନିଜ ପରିବାର ଲୋକଙ୍କ ସହ ବସ୍‌ଷ୍ଟାଣ୍ଡ ନିକଟ ଏକ ଦୋକାନ ବାରଣ୍ଡାରେ ଶୋଇଥିଲେ ।  ସେଠାରୁ ତାଙ୍କୁ କେହି ଦୁର୍ବୃତ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସକାଳୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ଏକ ଅଳିଆ ଗଦା ନିକଟରୁ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos