‘ଖୁସି’ ପାଇଁ ଆସୁଛି ଖୁସି: ନନ୍ଦନକାନନ ପାଇଁ ହେବ ନାହିଁ ତ ମହଙ୍ଗା ?

ଭୁବନେଶ୍ୱର: ନନ୍ଦନକାନନରେ ଥିବା ଜିରାଫ ‘ଖୁସି’ କଥା ସମସ୍ତେ ଜାଣିଥିବେ। ନିଃସଙ୍ଗ ଜୀବନ ବିତାଉ ଥିବା ‘ଖୁସି’ ପାଇଁ ଆସିଛି ଖୁସି ଖବର। କାରଣ ନନ୍ଦନକାନନକୁ ଆସୁଛନ୍ତି ଦୁଇଟି ଜିରାଫ। ଏକମାସ ମଧ୍ୟରେ ମହିଶୂରରୁ ଏହି ଦୁଇ ଜିରାଫ ଆସି ନନ୍ଦନକାନନରେ ପହଞ୍ଚିବା ପରେ ‘ଖୁସି’ର ନିଃସଙ୍ଗତାର ଅନ୍ତ ଘଟିବ ବୋଲି କୁହାଯାଉଛି। ତେବେ ଆନିମାଲ ଏକ୍ସଚେଞ୍ଜ ପ୍ରକ୍ରିୟାରେ ଆସୁଥିବା ଏହି ଦୁଇ ଜିରାଫ ନନ୍ଦନକାନନ ପାଇଁ ପୁଣି ଥରେ ମହଙ୍ଗା ପଡିବାର ଆଶଙ୍କା ମଧ୍ୟ ରହିଛି। […]

giraffe

giraffe

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 09:15 PM IST

ଭୁବନେଶ୍ୱର: ନନ୍ଦନକାନନରେ ଥିବା ଜିରାଫ ‘ଖୁସି’ କଥା ସମସ୍ତେ ଜାଣିଥିବେ। ନିଃସଙ୍ଗ ଜୀବନ ବିତାଉ ଥିବା ‘ଖୁସି’ ପାଇଁ ଆସିଛି ଖୁସି ଖବର। କାରଣ ନନ୍ଦନକାନନକୁ ଆସୁଛନ୍ତି ଦୁଇଟି ଜିରାଫ। ଏକମାସ ମଧ୍ୟରେ ମହିଶୂରରୁ ଏହି ଦୁଇ ଜିରାଫ ଆସି ନନ୍ଦନକାନନରେ ପହଞ୍ଚିବା ପରେ ‘ଖୁସି’ର ନିଃସଙ୍ଗତାର ଅନ୍ତ ଘଟିବ ବୋଲି କୁହାଯାଉଛି।

ତେବେ ଆନିମାଲ ଏକ୍ସଚେଞ୍ଜ ପ୍ରକ୍ରିୟାରେ ଆସୁଥିବା ଏହି ଦୁଇ ଜିରାଫ ନନ୍ଦନକାନନ ପାଇଁ ପୁଣି ଥରେ ମହଙ୍ଗା ପଡିବାର ଆଶଙ୍କା ମଧ୍ୟ ରହିଛି। କାରଣ ଦୁଇ ଦୁଇ ଥର ଏହି ପ୍ରକ୍ରିୟାରେ ‘ଖୁସି’ ପାଇଁ ଅଣାଯାଇଥିବା ଜୀବନସାଥୀଙ୍କ ମୃତ୍ୟୁ ଘଟିଛି। ଯାହାର ବହୁମୂଲ୍ୟ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ସହିବାକୁ ପଡିଛି।

ମହିଶୂର ଚିଡିଆଖାନାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଦୁଇଟି ଜିରାଫ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇଟି ବାଘ ବଦଳରେ ଏହି ଦୁଇ ନୂଆ ଅତିଥି ନନ୍ଦନକାନନର ସଦସ୍ୟ ହେବେ। ଏନେଇ ନନ୍ଦନକାନନ ନିର୍ଦ୍ଦେଶକ ମହିଶୂର ପ୍ରାଣୀ ଉଦ୍ୟାନକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସେଣ୍ଟ୍ରାଲ ଜୁ’ ଅଥରିଟି ଠାରୁ ଅନୁମତି ମିଳିବା ପରେ ଏହି ପ୍ରକ୍ରିୟା ଆଗକୁ ବଢିବ।

ଜିରାଫ ଅଣାଯିବା ଜଣାପଡିବା ପରେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। କାରଣ ଦୁଇ ଥର ଏପରି ପ୍ରୟାସ ବିଫଳ ହୋଇଛି। ପ୍ରଥମ ଜିରାଫ କୋଲକାତା ଅଲିପୁର ଜୁ’ ରୁ ଅଣାଯିବା ବେଳେ ବାଟରେ କରେଣ୍ଟ ଖାଇ ତା’ର ମୃତ୍ୟୁ ଘଟିଥିଲା। ସେତେବେଳେ ୧୬ ପ୍ରଜାତିର ପକ୍ଷୀ ଦେଇ ଏହି ଜିରାଫ ଅଣାଯାଉଥିଲା। ସେହିପରି ଦ୍ୱିତୀୟ ଥର ସେହି ଜୁ’ ରୁ  ୪ଟି ବାଘ ଦେଇ ଆଉ ଏକ ଜିରାଫ ଅଣାଯାଇଥିଲା। କିଛି ମାସର ଅନ୍ତରରେ ଜିରାଫଟିର ମୃତ୍ୟୁ ଘଟିଥିଲା। ଭୂତାଣୁ ଜନିତ ଟିଙ୍କ କାମୁଡିବା ଯୋଗୁଁ ଜିରାଫଟିର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଥିଲେ।

ନନ୍ଦନକାନନକୁ ଜିରାଫ ଆଣିବା ପ୍ରକ୍ରିୟା ଏପରି ଭାବେ ଦୁଇ ଥର ବିଫଳ ହେବା ପରେ ନିଃସଙ୍ଗ ‘ଖୁସି’ ପାଇଁ ଜୀବନ ସାଥୀ ମିଳିବା ଉପରେ ପ୍ରଶ୍ନ ଛିଡା ହୋଇଥିଲା। ଏକା ଏକା ସବୁ ବେଳେ ଉଦାସ ରହୁଥିବା ‘ଖୁସି’ ମୁହଁରେ ଖୁସି ଦେବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ତୃତୀୟ ପ୍ରୟାସ ଆରମ୍ଭ କରିଛନ୍ତି। ହେଲେ ପ୍ରଥମ ଦୁଇଥରର ବିଫଳତା ପରେ ଏହି ପ୍ରୟାସ କେତେଦୂର ସଫଳ ହେବ ଓ ଆସୁଥିବା ଦୁଇ ଜିରାଫ କେତେ ସୁରକ୍ଷିତ ରହିବେ ତାହା ଆଗାମୀ ଦିନରେ ଜଣାପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story