ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ ଛାତ୍ରୀ

ନରସିଂହପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁରର ନୂଆଗଡ଼ ପଞ୍ଚାୟତ ଭୁସ୍କା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପାଣିରେ ବୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ। ସେମାନେ ଚତୁର୍ଥ ଶ୍ରେଣୀର ଛାତ୍ରୀ ଥିଲେ।

ଆଜି ସକାଳେ ପୂଜାରାଣୀ ଓ ଶ୍ରଦ୍ଧା ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଉଭୟଙ୍କ ଗୋଡ଼ ଖସି ଯିବାରୁ ସେମାନେ ବୁଡି ଯାଇଥିଲେ। ପୋଖରୀ ନିକଟରେ କିଛି ଲୋକ କାମ କରୁଥିଲେ। ସେମାନେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।