ଜଳଖିଆ ଦୋକାନରେ ପିଟିହେଲା କାର୍‌

ନରସିଂହପୁର(ଦିଲ୍ଲୀପ ପଣ୍ଡା): କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ବାଗଧରିଆ ଛକ ଠାରେ ଏକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ନୟାଗଡ଼ ପଟୁ ଆସୁଥିବା ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଜଳଖିଆ ଦୋକନରେ ପିଟି ହୋଇଯାଇଥିଲା। ଏଥିରେ କାର୍‌ ଚାଳକ ଓ ଆଗ ସିଟ୍‌ରେ ବସିଥିବା  ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ  କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।